ପାଞ୍ଚ ମିନିଟ୍‌ରେ ପ୍ରଶ୍ନ?

Advertisment
ପାଞ୍ଚ ମିନିଟ୍‌ରେ ପ୍ରଶ୍ନ?

ପ୍ରଶ୍ନ ୧ - କରୋନା ତୃତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ?
ନିଶ୍ଚିତ ଭାବେ। ଏଥିରେ ସନ୍ଦେହ ନାହିଁ। ଯେଉଁ ହାରରେ ସଂକ୍ରମଣ ବଢ଼ୁଛି, ଏବେଠୁ ପଦକ୍ଷେପ ନ ନେଲେ ଓ ସରକାର ଅଧିକ ସଚେତନ ନହେଲେ ଦ୍ୱିତୀୟ ଲହରୀଠାରୁ ଅଧିକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ।

ପ୍ରଶ୍ନ ୨ - କରୋନାକୁ ରୋକିବାରେ ବୁଷ୍ଟର୍‌ ଡୋଜ୍‌ କେତେ ସଫଳ ହେବ?
ସଂକ୍ରମଣ କମାଇବାରେ ବୁଷ୍ଟର୍‌ ଡୋଜ୍‌ ଯେ ସହାୟ ହେବ, ମୋତେ କାଇଁ ଲାଗୁନି। କିନ୍ତୁ ବୁଷ୍ଟର ଡୋଜ୍‌ ନେଇଥିବା ରୋଗୀ ଅଧିକ ଗୁରୁତର ହେବେନି ବୋଲି ଆଶା। ସେମାନଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିବନି।

ପ୍ରଶ୍ନ ୩- ଭୁବନେଶ୍ୱର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଆପଣଙ୍କ ମତ କ’ଣ?
ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ପ୍ରତିଦିନ କିଛି ନା କିଛି ଅପରାଧିକ କାର୍ଯ୍ୟକଳାପ ଘଟୁଛି। ଏଥିପାଇଁ ପୁଲିସକୁ ଆହୁରି ସଜାଗ ହେବାକୁ ପଡ଼ିବ। ପୁଲିସ ନିଜ ଖବରୀକୁ ଆହୁରି ମଜଭୁତ୍‌ କରିବାକୁ ପଡ଼ିବ।

ପ୍ରଶ୍ନ ୪- ବିକାଶ ନାଁରେ ବହୁ ବଡ଼ବଡ଼ ଗଛକୁ ବିନା ଦ୍ବିଧାରେ ବଳି ପକାଇ ଦିଆଯାଉଛି। ଏହାକୁ ନେଇ କ’ଣ କହିବେ?
ଯେଉଁ ହାରରେ ଗଛକଟା ଚାଲିଛି, ସେ ଅନୁସାରେ କିନ୍ତୁ ନୂତନ ବୃକ୍ଷରୋପଣ କରାଯାଉନି। ଏହାଦ୍ବାରା ପରିବେଶ ଓ ଜଳବାୟୁରେ ଅସନ୍ତୁଳନ ଦେଖାଯିବ। ତେଣୁ ସରକାର୍ ଯେତିକି ଗଛ କାଟୁଛନ୍ତି, ତାହାର ୧୦ଗୁଣ ଗଛ ଲଗାଇ ସେଗୁଡ଼ିକର ରକ୍ଷଣାବେକ୍ଷଣ କରନ୍ତୁ। ନୂତନ ଜଙ୍ଗଲ ସୃଷ୍ଟି କରନ୍ତୁ।

ପ୍ରଶ୍ନ ୫- ଚାକିରି କ୍ଷେତ୍ରରେ ବୟସସୀମା ବୃଦ୍ଧି କରିବା ଏକ ଭଲ ନିଷ୍ପତ୍ତି?
ନିଶ୍ଚିତ ଭାବେ ବହୁତ ଭଲ ନିଷ୍ପତ୍ତି। କିନ୍ତୁ ଏହା କେବଳ ତିନି ବର୍ଷ ପାଇଁ ପ୍ରଯୁଜ୍ୟ ହୋଇଛି। ତେଣୁ ନିର୍ବାଚନ ଥୋପ ଭଳି ପ୍ରତୀୟମାନ ହେଉଛି। ଏହାକୁ ସବୁଦିନ ପାଇଁ ଲାଗୁ କରାଯିବା ଉଚିତ।

ପ୍ରଦୀପ କୁମାର ରାଉତରାୟ, ଇଞ୍ଜିନିୟର୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe