ଅପରାଧୀଙ୍କୁ ତୁରନ୍ତ ଗିରଫ କର: ପ୍ରତୀକ ସିଂ

Advertisment
ଅପରାଧୀଙ୍କୁ ତୁରନ୍ତ ଗିରଫ କର: ପ୍ରତୀକ ସିଂ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ସମସ୍ତ ଥାନାର ଥାନା ଅଧିକାରୀଙ୍କୁ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ  ପେଣ୍ଡିଂ ଥିବା ମାମଲାକୁ ତୁରନ୍ତ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି। ଆଜି ଭୁବନେଶ୍ୱର ଟ୍ରାଫିକ ଥାନା ଅଡିଟୋରିୟମ୍‌ରେ ବସିଥିବା କ୍ରାଇମ ମିଟିଂରେ ରାଜଧାନୀର ସବୁ ଥାନାରେ କେତେ ମାମଲା ପେଣ୍ଡିଂ ରହିଛି, କେତେ ମାମଲାରେ ଦୋଷୀଙ୍କୁ ଦଣ୍ଡ ମିଳିଛି, କେତେ ମାମଲାରେ ଅପରାଧୀ ଧରାପଡିନାହାନ୍ତି, କେତେ ମାମଲାରେ କନଭିକସନ୍ ହେଇ ପାରୁନାହିଁ ତାର ସମ୍ପୂର୍ଣ୍ଣ ତଥ୍ୟ ନେଇଛନ୍ତି।

ସେହିପରି ଥାନାୱାରି ସବୁ ଥାନା ଅଧିକାରୀଙ୍କୁ ଟିଉସନ୍ କରିଛନ୍ତି ଡିସିପି ପ୍ରତୀକ। ଆଗକୁ ନିର୍ବାଚନ ଆସୁଥିବା ବେଳେ କିଭଳି ଯଥା ଶୀଘ୍ର ରାଜଧାନୀରେ ଅପରାଧୀଙ୍କୁ ଧରାଯିବା ସହ ଅପରାଧ ନିୟନ୍ତ୍ରଣ ହୋଇପାରିବ ସେନେଇ ତାଗିଦ ମଧ୍ୟ କରିଛନ୍ତି। ଏଥିସହ ରାଜଧାନୀରେ ରାତିରେ ବ୍ଳକିଂ ଚେକିଂ ବଢ଼େଇବା ସହ ବିଭିନ୍ନ ଖଟି ସ୍ଥାନରେ ମଦ ପିଇବା, ମଦ ପିଇ ଗାଡ଼ି ଚଳାଉଥିବା ଲୋକଙ୍କ ଉପରେ ନଜର ରଖିବାକୁ କୁହାଯାଇଛି। ପ୍ରତ୍ୟେକ ଥାନାଧିକାରୀ ନିଜ ନିଜ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଲାପରେ ସମ୍ପୃକ୍ତ ଅଭ୍ୟାସଗତ ଅପରାଧୀମାନଙ୍କ ବିରୋଧରେ ଦଫା ୧୧୦ ଲଗାଇବାକୁ ମଧ୍ୟ ନିର୍ଦେଶ ଦିଆ ଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିର୍ବାଚନ ସମୟରେ ହେଉଥିବା ଟଙ୍କା କାରବାର ଉପରେ ରୋକ ଲଗାଇବା ପାଇଁ ଯେଉଁ ଗାଡ଼ିରେ ଟଙ୍କା ଯାଉଛି ସେ ଗାଡି ଗୁଡିକୁ ଧରିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe