ରବି କୁମାରଙ୍କ ବଦାନ୍ୟତା, ପରିବା ବେପାର ଆୟ‌ରେ ସେବା କଲେ

Advertisment
ରବି କୁମାରଙ୍କ ବଦାନ୍ୟତା, ପରିବା ବେପାର ଆୟ‌ରେ ସେବା କଲେ

ଚନ୍ଦ୍ରଶେଖରପୁର: ଲକ୍‌ଡାଉନ୍‌ ସମୟରେ ପରିବାର ଚଳାଇବା ପାଇଁ ପନିପରିବା ବିକି ଚର୍ଚ୍ଚାକୁ ଆସିଥିବା ଓଲିଉଡ୍‌ ହାସ୍ୟ ଅଭିନେତା ରବି କୁମାର ଏବେ ସିନେଜଗତର କିଛି ତଳିଆ କର୍ମଚାରୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ପନିପରିବା, ଅଣ୍ଡା‌, ଛତୁ ବିକ୍ରି କରି ସେ ଯାହା ଦୁଇ ପଇସା ଲାଭ ପାଉଛନ୍ତି, ସେଥିରେ ଓଡ଼ିଆ ଚଳଚ୍ଚିତ୍ର ଜଗତର କିଛି ଅଭାବୀ ଟେକ୍ନିସିଆନ୍‌, ସ୍ପଟବୟ, ଲାଇଟ୍ ବୟ, ମେକଅପ୍, ପ୍ରଡକ୍ସନ୍‌ ସହ ଗ୍ରୁପ୍ ଡ୍ୟାନସ୍‌ରେ ତାଙ୍କୁ ସହଯୋଗ କରୁଥିବା ଲୋକଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରିବା ସହ କିଛି ଆର୍ଥିକ ସହଯୋଗ କରୁଛନ୍ତି।

କିଛି ଦିନ ତଳେ ଝାଡ଼ପଡ଼ା ଅଞ୍ଚଳର ଜଣେ ବେସାହାରା ମହିଳାଙ୍କୁ ଆର୍ଥିକ ସହାୟତା କରିଥିଲେ। ସେହିପରି କଳିଙ୍ଗ ସିନେ ଆଟର୍ସ୍ ସଭ୍ୟମାନଙ୍କ ସହ ମିଶି କଟକ ଉପକଣ୍ଠ ସିଡିଏ ଅଞ୍ଚଳରେ ମହାନଦୀ ପଠାରେ ଥିବା ଆଦିବାସୀ ବସ୍ତିରେ ପହଞ୍ଚି ଖାଦ୍ୟ ପୁଡ଼ିଆ ବାଣ୍ଟିଛନ୍ତି। ଦିନତମାମ ସେବା କାର୍ଯ୍ୟରେ ଲାଗି ପଡ଼ି ରବି ସଂଧ୍ୟାରେ ପୁଣି ନିଜ ଛତୁ ବ୍ୟବସାୟ‌ରେ ଲାଗି ପଡ଼ିଥିଲେ। ରବିଙ୍କ ବଦାନ୍ୟତା ଦେଖି ତାଙ୍କ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ପ୍ରଶଂସକମାନେ ଅନେକ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe