ଜଟଣୀ ବ୍ଲକ ଯାଁଳା ପଞ୍ଚାୟତର ରାଧାଚରଣପୁର କଣ୍ଟେନମେଣ୍ଟ ଜୋନ୍‌

Advertisment

ପଦ୍ମକେଶରପୁର ଗ୍ରାମକୁ ସିଲ୍‌ କଲେ ଲୋକେ

ପଦ୍ମକେଶରପୁର ଗ୍ରାମକୁ ସିଲ୍‌ କଲେ ଲୋକେ

ଜଟଣୀ ବ୍ଲକ ଯାଁଳା ପଞ୍ଚାୟତର ରାଧାଚରଣପୁର କଣ୍ଟେନମେଣ୍ଟ ଜୋନ୍‌

ଖଣ୍ଡଗିରି : ଜଟଣୀ ବ୍ଲକ ଯାଁଳା ପଞ୍ଚାୟତର ରାଧାଚରଣପୁରକୁ ଆଜି ସିଲ୍‌ କରାଯାଇଛି। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ରେ ଗାଡ଼ି ଚାଳକ ଭାବେ କାମ କରୁଥିବା ଜଣେ ସ୍ଥାନୀୟ ଯୁବକ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ ସିଲ୍‌ କରାଯାଇଛି। ସରପଞ୍ଚ ପ୍ରଦୋଷ କୁମାର ଜେନା ୪୮ ଘଣ୍ଟା ପାଇଁ (ରବିବାର ସନ୍ଧ୍ୟା ୫ଟାରୁ) ରାଧାଚରଣପୁର ମୌଜାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। ଶନିମନ୍ଦିର ସାହିରୁ ଗାଁ ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳର ଲୋକେ ଏହି ଅବଧି ମଧ୍ୟ‌ରେ ଘରୁ ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ବିଏମ୍‌ସିର କିଛି କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ଗାଡ଼ିଚାଳକଙ୍କ ସ୍ବାବ୍ ନମୁନା ଯାଞ୍ଚ କରାଯାଇଥିଲା। ଆଜି ତାଙ୍କ ରିପୋର୍ଟ ମିଳିବା ପରେ ତୁରନ୍ତ ସରପଞ୍ଚ ଶ୍ରୀ ଜେନାଙ୍କୁ ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଥିଲା। ଯୁବକଙ୍କ ପରିବାରକୁ ଗୃହ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ସରପଞ୍ଚ ଶ୍ରୀ ଜେନା କହିଛନ୍ତି।

ପଦ୍ମକେଶରପୁର ଗ୍ରାମକୁ ସିଲ୍‌ କଲେ ଲୋକେ
ଚନ୍ଦ୍ରଶେଖରପୁର : ଚାରିଆଡ଼େ ଚାଲିଛି କରୋନା ଆତଙ୍କ। ଖାସ୍‌ କରି ବସ୍ତି ଅଞ୍ଚଳ ଉପରେ ଏବେ ସମସ୍ତଙ୍କର ନଜର। ଏଭଳି ପରିସ୍ଥିତିରେ ବସ୍ତି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ବ୍ୟାପୁଥିବା ଆଶଙ୍କା କରିଛି ପ୍ରଶାସନ। ଫଳରେ ନିଜ ଅଞ୍ଚଳକୁ ସୁରକ୍ଷିତ ରଖିବା ନେଇ ଅଣ୍ଟା ଭିଡ଼ିଛନ୍ତି ଗ୍ରାମବାସୀ। ପଟିଆ ପଦ୍ମକେଶରପୁର ଗ୍ରାମକୁ ସ୍ଥାନୀୟ ଲୋକମାନେ ବାଉଁଶ ବାଡ଼ ବାନ୍ଧି ସିଲ୍ କରିଛନ୍ତି। କଳାରାହାଙ୍ଗ ପଞ୍ଚାୟତ ଅଧୀନରେ ଥିବା ଏହି ଗ୍ରାମରେ ପାଖାପାଖି ୨ହଜାର ଲୋକ ବାସ କରୁଥିବା ବେଳେ ଅସ୍ବାସ୍ଥ୍ୟକର ପରିବେଶରେ ଏମାନେ ଚଳୁଛନ୍ତି। ଦୟାୱେ‌ଷ୍ଟ୍ କେନାଲ ବନ୍ଧ ରାସ୍ତା ଉପରେ ଖୋଲାରେ ମଳତ୍ୟାଗ କରୁଛନ୍ତି। ଗ୍ରାମ ଭିତରେ ଖଟି କରି ସାମାଜିକ ଦୂରତା ନିୟମକୁ ମାନୁ ନାହାନ୍ତି। ମାତ୍ର ସେମାନଙ୍କ ଗ୍ରାମକୁ ବାହାର ଲୋକ ଆସିବା ସ‌ନ୍ଦେହ କରି ଗ୍ରାମକୁ ସିଲ୍ କରିଛନ୍ତି। ଯାହାକୁ ନେଇ ମଞ୍ଚେଶ୍ବର ପୁଲିସ ପାଟ୍ରୋଲିଂ ଭ୍ୟାନ୍ ସାହି ଭିତରେ ପଶିପାରୁ ନାହିଁ। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଲୋକମାନେ ଗ୍ରାମରେ ବାଡ଼ ପକାଇ ରାସ୍ତା ସିଲ୍ କରିବା ବେଆଇନ୍। ସିଲ୍‌ ଫଳରେ ଦୟାୱେଷ୍ଟ କେନାଲ୍ ବାଟ ଦେଇ ଯାନବାହନ ଯାତାୟାତ କରିପାରୁନାହିଁ। ରାସ୍ତା ସିଲ୍ ନେଇ ସ୍ଥାନୀୟ କଳାରାହଙ୍ଗ ସରପଞ୍ଚଙ୍କ ନିକଟରେ କୌଣସି ଖବର ନଥିବା ବଳେ ସଟ୍‌ଡାଉନ୍ ସମୟରେ ଗ୍ରାମବାସୀ ଏପରି କରିଥିବା ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe