ରେଡିଓ ଚକଲେଟ୍‌ ଫ୍ୟାମିଲି ନଂ-୧ ପ୍ରତିଯୋଗିତା: ନାଚ ଗୀତରେ ଝୁମିଲେ, ରୢାମ୍ପରେ ଚାଲିଲେ

ରେଡିଓ ଚକଲେଟ୍‌ ଫ୍ୟାମିଲି ନଂ-୧ ପ୍ରତିଯୋଗିତା: ନାଚ ଗୀତରେ ଝୁମିଲେ, ରୢାମ୍ପରେ ଚାଲିଲେ

ଭୁବନେଶ୍ବର: ରେଡିଓ ଚକଲେଟ୍‌ ପକ୍ଷରୁ ଆଜି ଅପରା‌ହ୍‌ଣରେ ସୁନ୍ଦରପଦାସ୍ଥିତ ହାଇଟେକ୍‌ ପ୍ଲାଜା ଆପାର୍ଟମେଣ୍ଟ ପରିସରରେ ଫ୍ୟାମିଲି ନଂ-୧ ପ୍ରତିଯୋଗିତାର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଆପାର୍ଟ‌ମେଣ୍ଟର ପ୍ରାୟ ୧୦୦ରୁ ଊର୍ଧ୍ବ ପରିବାର ବିଭିନ୍ନ ମନୋରଞ୍ଜନଧର୍ମୀ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗୀମାନଙ୍କ ମଧ୍ୟରେ ପୁଚି, ମ୍ୟୁଜିକ୍‌ ଚେୟାର, ଡିଜେ, ରୢାମ୍ପ ୱାକ୍‌, ନାଚ ଓ ଗୀତ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

କୃତୀ ପରିବାର ଆଗାମୀ ଦିନରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଫାଇନାଲରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। କାର୍ଯ୍ୟକ୍ରମକୁ ଆର୍‌.‌ଜେ ବର୍ଷା ପରିଚାଳନା କରିଥିବା ବେଳେ ଆପାର୍ଟମେଣ୍ଟର ସଭାପତି ବିନୋଦ ପଣ୍ଡା‌, ସମ୍ପାଦକ ପ୍ରବୋଧ ସାମଲ, ଉପସଭାପତି ନିଲୋତ୍ରୀ ସମାନ୍ତରାୟ, କୋଷାଧ୍ୟକ୍ଷ ଭୀମସେନ୍ ବରାଳ, ଯୁଗ୍ମ କୋଷାଧ୍ୟକ୍ଷ ଦୁର୍ଯ୍ୟୋଧନ ଜେନା, ଯୁଗ୍ମ ସମ୍ପାଦକ ବି.ଏନ୍ ସାହୁଙ୍କ ସମ‌େତ ସ୍ବତନ୍ତ୍ର ମହିଳା ଶାଖାର କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଜଷ୍ଟ୍ ବେକ୍, ଉତ୍କଳ ହସ୍ପିଟାଲ, ଆପକୀ ସଖୀ, ସନ୍ ଡାଇଗ୍‌ନୋଷ୍ଟିକ୍‌ ସେଣ୍ଟର୍, ଜେ ଆଣ୍ଡ ଟି ଜେମ୍ସ୍ ଜୁଏଲାରି ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe