ରଥଯାତ୍ରାରେ ରେଡିଓ ଚକ୍‌ଲେଟର ଅଭିନବ କାର୍ଯ୍ୟକ୍ରମ

Advertisment

ପ୍ରଶ୍ନର ଉତ୍ତର ଦେଇ ଚକ୍‌ଲେଟ ଟିମ୍‌ ସହ ବୁଲିପାରିବେ ରଥଯାତ୍ରା

ପ୍ରଶ୍ନର ଉତ୍ତର ଦେଇ ଚକ୍‌ଲେଟ ଟିମ୍‌ ସହ ବୁଲିପାରିବେ ରଥଯାତ୍ରା

ଆଜି ସନ୍ଧ୍ୟାରେ ରେଡିଓ ଚକ୍‌ଲେଟ୍‌ର ୱେବିନାର୍ ‘କାଳିଆର ଲୀଳା’

ଭୁବନେଶ୍ବର: ଚଳିତ ବର୍ଷ ଜୁଲାଇ ୪ ତାରିଖରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ରଥରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଅଶେଷ ଫଳ ମିଳେ ବୋଲି କୋଟିକୋଟି ଓଡ଼ିଆଙ୍କ ବଶ୍ବାସ। ଏହାକୁ ସାକାର କରିବା ପାଇଁ ଓଡ଼ିଶାର ପ୍ରଥମ ଘରୋଇ ଏଫ୍‌ଏମ୍‌ ଷ୍ଟେସନ୍‌ ରେଡିଓ ଚକ୍‌ଲେଟ ୧୦୪ ଏଫ୍‌ଏମ୍‌ ଓ ଫରଚ୍ୟୁନ୍‌ ସନ୍‌ଫ୍ଲାୱାର ଅଏଲ୍‌ର ସହଯୋଗରେ ରେଡିଓ ଶ୍ରୋତାଙ୍କ ପାଇଁ ଏକ ପ୍ରତିଯୋଗିତା ‘ଫର୍‌ଚ୍ୟୁନେଟ୍‌-୧୫’ ଅନୁଷ୍ଠିତ ହେଉଛି। ‘ସମ୍ବାଦ’ର ପାଠକ ଓ ‘କନକ ନ୍ୟୁଜ୍‌’ର ଦର୍ଶକମାନେ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇବେ। ଓଡ଼ିଶାର ୧୫ଜଣ କୃତୀ ଭାଗ୍ୟଶାଳୀ ବିଜେତା ରେଡିଓ ଚକ୍‌ଲେଟ ଆର୍‌ଜେମାନଙ୍କ ସହ ଯାଇ ପୁରୀରେ ରଥଯାତ୍ରା ଓ ଶ୍ରୀଜିଉଙ୍କ ଭବ୍ୟ ଦର୍ଶନର ସୁଯୋଗ ପାଇପାରିବେ।

ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଶ୍ରୋତାମାନେ ରେଡିଓ ଚକ୍‌ଲେଟ୍‌ରେ ପ୍ରତ୍ୟେକ ଦିନ ଜଗନ୍ନାଥ ସଂସ୍କୃତି ବା ରଥଯାତ୍ରା ସମ୍ପର୍କିତ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ଏଥିପାଇଁ ପ୍ରତିଯୋଗୀମାନେ ରେଡିଓ ଚକ୍‌ଲେଟର ଫେସ୍‌ବୁକ୍‌ ପେଜ୍‌ କିମ୍ବା ହ୍ବାଟ୍‌ସଆପ୍‌ ନମ୍ବର ୮୯୦୮୦୨୦୧୦୪କୁ ଉତ୍ତର ପଠାଇବାକୁ ହେବ। ରେଡିଓ ଚକ୍‌ଲେଟ ସହ ପ୍ରଶ୍ନଗୁଡ଼ିକ ‘ସମ୍ବାଦ’ ଖବରକାଗଜରେ ମଧ୍ୟ ପ୍ରକାଶ ପାଇବ। ଜୁନ୍‌ ୨୯ ତାରିଖରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ୧୫ ବର୍ଷରୁ ଊର୍ଧ୍ବ ଉଭୟ ପୁରୁଷ ଓ ମହିଳା ଏଥିରେ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗିତା ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ‘ରେଡିଓ ଚକ୍‌ଲେଟ’ ଶୁଣିବାକୁ ଏବଂ ‘ସମ୍ବାଦ’ ଖବରକାଗଜ ପଢ଼ିବାକୁ ନିବେଦନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe