ବିଶ୍ୱ କର୍କଟ ଦିବସରେ ରେଡିଓ ଚକଲେଟ୍‌ର ବିଶେଷ କାର୍ଯ୍ୟକ୍ରମ ‘ୟୋଦ୍ଧା’

ବିଶ୍ୱ କର୍କଟ ଦିବସରେ ରେଡିଓ ଚକଲେଟ୍‌ର ବିଶେଷ କାର୍ଯ୍ୟକ୍ରମ ‘ୟୋଦ୍ଧା’

Facebook

ଭୁବନେଶ୍ବର: ପ୍ରତିବର୍ଷ ଦେଶରେ ଲକ୍ଷଲକ୍ଷ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତ୍ୟୁ ହେଉଛି। ତେଣୁ ଏହି ମାରାତ୍ମକ ରୋଗ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତାକାଲି (ଶନିବାର) ବିଶ୍ୱ କର୍କଟ ଦିବସରେ ରେଡିଓ ଚକ୍‌ଲେଟ୍‌ (୧୦୪ ଏଫ୍‌.ଏମ୍‌) ପାଳନ କରୁଛି ଏକ ବିଶେଷ କାର୍ଯ୍ୟକ୍ରମ ‘ୟୋଦ୍ଧା’।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଯୋଗଦେଇ କର୍କଟ ରୋଗ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ। ଦିନ ୯ଟାରେ ଆର୍‌ଜେ କୋମଲଙ୍କ ସହ ଡାକ୍ତର କ୍ଷିତୀଶ ଚନ୍ଦ୍ର ମିଶ୍ର, ଦିନ ୧୦ଟାରେ ଆର୍‌ଜେ ଅନିଲଙ୍କ ସହ ଡାକ୍ତର ଚିରରଂଜନ, ଅପରାହ୍‌ଣ ୨ଟାରେ ଆର୍‌ଜେ ନିଲ୍ ଓ ପୂଜାଙ୍କ ସହ ଡାକ୍ତର ଗାରିମା ସରୱାଗୀ, ଅପରାହ୍‌ଣ ୪ଟାରେ ଆର୍‌ଜେ କେକେଙ୍କ ସହ ଶେଖ୍ ଇଫ୍‌ତିଖାର ଅଲ୍ଲୀ ଏବଂ ସନ୍ଧ୍ୟା ୫ଟାରେ ଆର୍‌ଜେ ସୋନାଲିଙ୍କ ସହ ଡାକ୍ତର ସିଦ୍ଧାର୍ଥ ପଟ୍ଟନାୟକ ଉପସ୍ଥିତ ରହି ବିଭିନ୍ନ ପ୍ରକାର କର୍କଟ ରୋଗର ଲକ୍ଷଣ, କାରଣ ଓ ଚିକିତ୍ସା ସମ୍ପର୍କରେ ଆଲୋଚନା କରିବେ। ଏହାସହ ବିଶ୍ୱ କର୍କଟ ଦିବସର ବିଷୟବସ୍ତୁ ‘କ୍ଲୋଜ୍ ଦ କେୟାର ଗ୍ୟାପ୍‌’ ବିଷୟରେ ନିଜ ମତ ବାଢ଼ିବେ। ଏହା ଶ୍ରୋତାମାନଙ୍କ ମନୋବଳ ଦୃଢ଼ କରିବାରେ ସାହାଯ୍ୟ କରିବ। ଓଡ଼ିଶାର ବିଭିନ୍ନ କଣ୍ଠଶିଳ୍ପୀ ଓ ସେଲିବ୍ରିଟିମାନେ ମଧ୍ୟ ନିଜର ସଙ୍ଗୀତ ଏବଂ ବାର୍ତ୍ତା ମାଧ୍ୟମରେ କ୍ୟାନ୍‌ସର ଯୋଦ୍ଧାମାନଙ୍କୁ ପ୍ରୋତ୍ସାହିତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe