ଏମ୍ସରେ ପ୍ରୋଷ୍ଟେଟ୍‌ କର୍କଟ ପାଇଁ ରେଡିଓଲିଗାଣ୍ଡ ଚିକିତ୍ସା

Advertisment

ପୂର୍ବ ଭାରତରେ ପ୍ରଥମ ସରକାରୀ ଡାକ୍ତରଖାନାରେ ଉପଲବ୍ଧ

ପୂର୍ବ ଭାରତରେ ପ୍ରଥମ ସରକାରୀ ଡାକ୍ତରଖାନାରେ ଉପଲବ୍ଧ

ବଢ଼ୁଛି ତୃତୀୟ ଲହର ଚିନ୍ତା: ଶିଶୁଙ୍କ ପାଇଁ ଏମ୍‌ସରେ ୧୪ ଆଇସିୟୁ, ୬୦ ଶଯ୍ୟାର ବ୍ୟବସ୍ଥା

Twitter

ଭୁବନେଶ୍ବର : ପ୍ରୋଷ୍ଟେଟ୍‌ କର୍କଟ (Lu177 PSMA-617) ରୋଗୀଙ୍କ ପାଇଁ ଖୁସି ଖବର। ଏମ୍ସ ଭୁବନେଶ୍ବର ନ୍ୟୁକ୍ଲିୟର ମେଡିସିନ ବିଭାଗରେ ଆରମ୍ଭ ହୋଇଛି ରେଡିଓଲିଗାଣ୍ଡ ଚିକିତ୍ସା। ପଶ୍ଚିମବଙ୍ଗର ଜଣେ ରୋଗୀଙ୍କ ଏହି ଚିକିତ୍ସା କରାଯାଇଛି। ପୂର୍ବ ଭାରତରେ ପ୍ରଥମ ଡାକ୍ତରଖାନା ଭାବରେ ଏହି ସୁବିଧା ଉପଲବ୍ଧ ହୋଇଛି। ଘରୋଇ ଡାକ୍ତରଖାନାରେ ଏହାର ଚିକିତ୍ସା ଖର୍ଚ ଦେଢରୁ ୨ ଲକ୍ଷ ଟଙ୍କା ରହିଛି। ଏମ୍ସରେ ଏହା ୨୦ ହଜାର ଟଙ୍କା ମଧ୍ୟରେ ସୀମିତ ରହିଛି। ଏହାର ପାର୍ଶ୍ବ ପ୍ରତିକ୍ରିୟା ବିଶେଷ ନାହିଁ ବୋଲି ନ୍ୟୁକ୍ଲିୟର ମେଡିସିନ ବିଭାଗ ଡାକ୍ତର କହ୍ନେୟାଲାଲ୍‌ ଅଗ୍ରୱାଲ୍‌ କହିଛନ୍ତି।

ପୁରୁଷଙ୍କ ମଧ୍ୟରେ ପ୍ରୋଷ୍ଟେଟ କର୍କଟ ସମସ୍ୟା ବଢିବାରେ ଲାଗିଛି। ଆରମ୍ଭରୁ ଏହାର ଡାଇଗ୍ନୋସିସ ହୋଇ ପାରିଲେ ଅସ୍ତ୍ରୋପଚାର କରାଯାଏ। ଏହା ସ୍ପ୍ରେଡ୍‌ କରିଯାଇଥିଲେ କେମୋଥେରାପି କିମ୍ବା ହରମୁନାଲ ଥେରାପି କରାଯାଏ। ଏହା ମଧ୍ୟ ସମ୍ଭବ ନହେଲେ କିମ୍ବା ଉଭୟ ଥେରାପିରୁ କେହି ସୁସ୍ଥ ନହେଲେ, ରୋଗୀଙ୍କୁ ରେଡିଓଲିଗାଣ୍ଡ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଏ। ଏଥିପାଇଁ ଏମ୍ସ ଦିଲ୍ଲୀ କିମ୍ବା ରାଜ୍ୟର ଅନ୍ୟ ଡାକ୍ତରଖାନାକୁ ରେଫର କରାଯାଉ ଥିଲା। ମାତ୍ର ବର୍ତ୍ତମାନ ଏମ୍ସ ଭୁବନେଶ୍ବରରେ ଏହି ଚିକିତ୍ସା ଉପଲବ୍ଧ ହୋଇଛି। ସୂଚନା ଅନୁଯାୟୀ, ରାଜ୍ୟରେ ଏକମାତ୍ର ଡାକ୍ତରଖାନା ଏମ୍ସରେ ୨୦୧୮ ମସିହାରୁ ନ୍ୟୁକ୍ଲିୟର ମେଡିସିନ ବିଭାଗ ଖୋଲିଛି। ରେଡିଓ ଆକ୍ଟିଭିଟି ନେଇ ଏଠାରେ କର୍କଟ ଚିକିତ୍ସା କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe