ପୁଲିସ୍‌ ଡିଜିଙ୍କୁ ଓଏଚ୍‌ଆର୍‌ସିଙ୍କ ପରାମର୍ଶ: ୨୪ଘଣ୍ଟିଆ ଆଣ୍ଟିରାଗିଂ ହେ‌ଲ୍ପ-ଲାଇନ୍‌ ଜାରି କର

Advertisment

ମାନବାଧିକାର କମିସନ୍‌ରେ ‘ଶିକ୍ଷାନୁଷ୍ଠାନରେ ରାଗିଂ ମାମଲା’

ମାନବାଧିକାର କମିସନ୍‌ରେ ‘ଶିକ୍ଷାନୁଷ୍ଠାନରେ ରାଗିଂ ମାମଲା’

ବିଦ୍ୟାଳୟରେ ଛାତ୍ରୀଙ୍କୁ ଦୁଇ ଶିକ୍ଷକଙ୍କ ଦୁଷ୍କର୍ମ: ତଦନ୍ତ ରିପୋର୍ଟ ୪ ସପ୍ତାହରେ ଦାଖଲ ଦେବାକୁ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ

odisha bytes

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ମାନବାଧିକାର ଆୟୋଗ (ଓଏଚ୍ଆର୍‌ସି)ରେ ଶିକ୍ଷାନୁଷ୍ଠାନରେ ରାଗିଂ ମାମଲାର ଶୁଣାଣି ହୋଇଛି। ‘ରାଗିଂ ଫ୍ରି କ୍ୟାମ୍ପସ୍‌ ଅଭିଯାନ’ ପକ୍ଷରୁ ୨୦୨୧ ମାର୍ଚ୍ଚ ୧୫ରେ ହୋଇଥିବା ପିଟିସନ୍‌ର ଶୁଣାଣି କରି ଜଷ୍ଟିସ୍‌ ବି.କେ ପଟେଲ୍ ଓ ଅସୀମ ଅମିତାଭ ଦାସଙ୍କ ଖଣ୍ଡପୀଠ, ପୁଲିସ୍‌ ହ୍ୟୁମାନ୍‌ ରାଇଟସ୍‌ ପ୍ରୋଟେକ୍‌ସନ ସେଲ୍‌(ଏଚ୍‌ଆର୍‌ପିସି)ରେ ୨୪ ଘଣ୍ଟିଆ ଆଣ୍ଟି ରାଗିଂ ହେଲ୍ପ-ଲାଇନ୍‌ ଖୋଲିବାକୁ ପୁଲିସ୍‌ ଡିଜି ଓ ଆଇଜିଙ୍କୁ ପରାମର୍ଶ ଦେଇଛନ୍ତି। ଅପରପକ୍ଷେ ରୁଚିକା ଆତ୍ମହତ୍ୟା ମାମଲା ସଂପର୍କିତ ଏକ ରିପୋର୍ଟ ଆଜି ପୁଲିସ୍‌ କମିସନର୍‌ ଆୟୋଗଙ୍କ ନିକଟରେ ଦାଖଲ କରିଛନ୍ତି। ସେହିପରି ଦେବଗଡ଼ ଏଏନ୍‌ଏମ୍‌ ଛାତ୍ରୀଙ୍କୁ ରାଗିଂ ଘଟଣା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଛି। ଆସନ୍ତା ଅଗଷ୍ଟ ୨୯ ତାରିଖରେ ଏହି ୩ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୁହାଯାଇଛି।

ସୂଚନା‌ଯୋଗ୍ୟ, ରାଗିଂମୁକ୍ତ କଲେଜ କ୍ୟାମ୍ପସ୍‌ ପାଇଁ ‘ରାଗିଂ ଫ୍ରି କ୍ୟାମ୍ପସ୍‌ ଅଭିଯାନ’ର ସଭାପତି ତେଜେଶ୍ବର ପରିଡ଼ା ଏକ ପିଟିସନ୍‌ ମାନବାଧିକାର କମିସନ୍‌ରେ ଦାଖଲ କରିଥିଲେ। ଏହି ପିଟିସନ୍‌ରେ ହଷ୍ଟେଲ ଭିତରେ ୱାର୍ଡେନ ଓ ସୁପରିନ୍‌ଣ୍ଟେଣ୍ଡେଣ୍ଟ ରହିବା, କ୍ୟାମ୍ପସରେ ସିସିଟିଭି ଲଗାଇବା, ଏଚ୍‌ଆର୍‌ସିପି ଓ ମାନବାଧିକାର କମିସନ ପକ୍ଷରୁ ହେଲ୍ପ-ଲାଇନ୍‌ ଜାରି କରିବା ଭଳି ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ଭିତ୍ତି କରି ଆୟୋଗ ୭୫୪/୨୦୨୧ରେ ଏକ ମାମଲା ଦାୟର କରିବା ସହ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଥିଲେ।

ରୁଚିକା ଆତ୍ମହତ୍ୟା ମାମଲାର ରିପୋର୍ଟ ଦାଖଲ କଲେ କମିସନର୍‌
ଏଏନ୍‌ଏମ୍‌ ଛାତ୍ରୀ ରାଗିଂ ଘଟଣାରେ ମାସେ ଭିତରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ଅପରପକ୍ଷେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ପୁଲିସ୍‌ କମିସନର୍‌ ଦୁଇ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ଓଏଚ୍‌ଆର୍‌ସିଙ୍କ ନିକଟରେ ଦାଖଲ କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ ରୁଚିକା ଆତ୍ମହତ୍ୟା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏହାର ଗୁରୁତ୍ବକୁ ଉପଲବ୍ଧି କରି ବଡ଼ଗଡ଼ ଥାନା ପୁଲିସ ସବୁ ଦିଗରୁ ତଦନ୍ତ କରୁଛି। ୧୬୧ ସିଆର୍‌ପିସିରେ ବୟାନ ରେକର୍ଡ କରାଯାଇଛି। ରୁଚିକାଙ୍କ ମୋବାଇଲ୍‌ ସହ ଅନ୍ୟ ମୋବାଇଲ୍‌ର ସିଡିଆର୍‌ ଏବଂ ଏସ୍‌ଡିଆର୍‌ ଯାଞ୍ଚ କରାଯାଉଛି। ମାମଲାର ତଦନ୍ତ ଚାଲୁ ରହିଛି ବୋଲି ଏଥିରେ ଦର୍ଶାଯାଇଛି।

ସେହିପରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟର୍‌ର ପ୍ରଥମ ବର୍ଷ ଛାତ୍ରୀଙ୍କୁ ରାଗିଂ ଘଟଣାକୁ ଓଏଚ୍‌ଆର୍‌ସି ନିନ୍ଦା କରିଛନ୍ତି। ଏହି ମାମଲାକୁ ପୁଲିସ ଅତିରିକ୍ତ ମହାନିର୍ଦ୍ଦେଶକ ତଥା ଓଏଚ୍‌ଆର୍‌ସି ନିର୍ଦ୍ଦେଶକ(ତଦନ୍ତ)ଙ୍କୁ ହସ୍ତାନ୍ତର କରିବା ସହ ମାସେ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଏହି ୩ଟି ମାମଲାର ଶୁଣାଣି କରାଯାଇଥିଲା। ଏଥିରେ ରାଗିଂମୁକ୍ତ କ୍ୟାମ୍ପସ ଅଭିଯାନର ଆବାହକ ତେଜେଶ୍ୱର ପରିଡ଼ା, ସହଆବାହକ ନଳିନୀ କାନ୍ତ ନାୟକ ଓ ସଦସ୍ୟ କୃପାସିନ୍ଧୁ ପ୍ରଧାନ ଉପସ୍ଥିତ ରହି ପକ୍ଷ ରଖିବା ସହ ପ୍ରସଙ୍ଗ ଉପସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe