ଭୁବନେଶ୍ୱର: ‘ଶୁଭମ’ ଓ ‘ତରଙ୍ଗ ଯୁବକ ସଂଘ’ ଭଦ୍ରକର ମିଳିତ ଆନୁକୂଲ୍ୟରେ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ସ୍ୱର୍ଗତ ରଘୁନାଥ ଜେନାଙ୍କ ୩୫ତମ ଶ୍ରାଦ୍ଧ ବାର୍ଷିକ ରାଜଧାନୀ କଳା ସଂସଦରେ ଅନୁଷ୍ଠିତ ହୋଇଛି। ସାହିତ୍ୟିକ ସାତକଡ଼ି ହୋତା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। କବି ତଥା ଶିକ୍ଷାବିତ୍ ଅଚ୍ୟୁତାନନ୍ଦ ସାମଲଙ୍କ ଅଧ୍ୟକ୍ଷତାରେ ଲେଖକ ତଥା ଶ୍ରୀଜଗନ୍ନାଥ ସଂସ୍ଥାନର ପୀତବାସ ରାଉତରାୟ, ସାହିତ୍ୟିକ କମଳା ପ୍ରସାଦ ମହାପାତ୍ର, ନାଇଜର୍ର କୁଳସଚିବ ଅଭୟ ନାୟକ, ଅଭିନେତା ପ୍ରେମାଞ୍ଜନ ପରିଡ଼ା, ସାହିତ୍ୟିକ ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ କଳା, ସାହିତ୍ୟ, ସଂସ୍କୃତି, ଶିକ୍ଷା, ସମାଜସେବା ଓ ପରିବେଶ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୧୨ ପ୍ରତିଭାଙ୍କୁ ରଘୁନାଥ ଜେନା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଲେଖିକା, ଅଭିନେତ୍ରୀ, ସମାଜସେବୀ ବନଜା ବିଶ୍ୱାଳଙ୍କୁ ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଗାଳ୍ପିକ ଅମରେଶ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିଲେ। ଭାସ୍କର ଜେନା, ସ୍ୱର୍ଗତ ରଘୁନାଥ ଜେନାଙ୍କ ସଂଗ୍ରାମୀ ଜୀବନ ସମ୍ପର୍କରେ ସନ୍ଦର୍ଭ ପାଠ କରିଥିଲେ। ଶେଷରେ ବିଚିତ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us