ବିଜେଡିରେ ମିଶିଲେ ରଘୁ, ଶିବ

ଏକାମ୍ରରେ ରୋଚକ ମୋଡ଼ରେ ରାଜନୀତି

ବିଜେଡିରେ ମିଶିଲେ ରଘୁ, ଶିବ

ଭୁବନେଶ୍ବର: ବିଏମ୍‌ସି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ ଦିନ ପୂର୍ବରୁ ଏକାମ୍ର ଭୁବନେଶ୍ବର ରାଜନୀତି ଓଲଟପାଲଟ ହୋଇଛି। ବିଜେପି ଓ କଂଗ୍ରେସରୁ ଦୁଇ ବଡ଼ ନେତା ବିଜେଡିରେ ସାମିଲ ହୋଇଛନ୍ତି। ଶୁକ୍ରବାର ଦିନ ବିଜେପିରୁ ଇସ୍ତଫା ଦେଇଥିବା ୬୩ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର୍‌ ରଘୁନାଥ ମହାନ୍ତି ବିଜେଡିରେ ଯୋଗ ଦେଇଛନ୍ତି। ଶ୍ରୀ ମହାନ୍ତିଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ବିଜେପି ଟିକେଟ୍‌ ନ ଦେବାରୁ ସେ ନେତୃତ୍ବ ଉପରେ ଅସନ୍ତୋଷ ପ୍ରକାଶ କରି ବିଜେପି ଛାଡ଼ିଥିଲେ। ୫୪ନମ୍ବର ୱାର୍ଡର ବିଜେପି ନେତା ଶିବ ପ୍ରସାଦ ବେହେରା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।

ଏଥର ସେହି ୱାର୍ଡରେ ଶିବ ବିଜେପି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ରାଉତ ସେମାନଙ୍କୁ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ କରାଇଥିଲେ। ଲୋକଙ୍କ କାମ ଓ ଏକାମ୍ର ବିକାଶ କାର୍ଯ୍ୟକୁ ସହଯୋଗ କରିବାକୁ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି ବୋଲି କହିଥିଲେ। ତେବେ ଉଭୟ ନେତାଙ୍କୁ ଦଳ କିପରି ଭାବେ ଥଇଥାନ କରୁଛି, ତାହା ଉପରେ ରାଜନୈତିକ ମହଲର ନଜର ରହିଛି। ପୂର୍ବତନ ପସିସି ସମ୍ପାଦକ ଅଞ୍ଚଳ ବଡୁ ଓ ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ ଓ ଶତାଧିକ କର୍ମୀ ବିଜେଡିରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe