ରଘୁନାଥନଗର ଗଣ୍ଡଗୋଳ: ୩୦ଜଣଙ୍କୁ କୋର୍ଟ ଚାଲାଣ

Advertisment

ଖସିଗଲେ ମୁଖ୍ୟ ସୂତ୍ରଧର, ଜେଲ୍‌ ଗଲା ଅଗ୍ନି

ଖସିଗଲେ ମୁଖ୍ୟ ସୂତ୍ରଧର, ଜେଲ୍‌ ଗଲା ଅଗ୍ନି

ରଘୁନାଥନଗର ଗଣ୍ଡଗୋଳ: ୩୦ଜଣଙ୍କୁ କୋର୍ଟ ଚାଲାଣ

ଖଣ୍ତଗିରି: ଡୁମୁଡୁମା ରଘୁନାଥନଗରରେ ଘଟିଥିବା ଜନତା-ପୁଲିସ ଖଣ୍ତଯୁଦ୍ଧ ଘଟଣାରେ ପୁଲିସ ୩୦ ଜଣଙ୍କୁ ଗିରଫ କରିଛି। ଗଣ୍ତଗୋଳ ନିୟନ୍ତ୍ରଣ କରୁଥିବା ଅବସ୍ଥ୍ାରେ ପୁଲିସକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ୍‌ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାର ମୁଖ୍ୟ ସୂତ୍ରଧରମାନେ ଫେରାର ହୋଇଯାଇଥିବା ପୁଲିସ କହିଛି। ଆକ୍ରମଣର ଶିକାର ହୋଇ ଗୁରୁତର ଥିବା ଅଗ୍ନି ଷଡ଼ଙ୍ଗୀକୁ ମଧୢ ପୁଲିସ କୋର୍ଟ ଚାଲାଣ କରିଛି। ତା’ର ବଡ଼ ଭାଇ ଆକାଶ ଓ ବଳିଆ ରାଉତରାୟକୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି। ମଙ୍ଗଳବାର ପୁଲିସ କମିସନର୍‌ ସତ୍ୟଜିତ୍‌ ମହାନ୍ତି ଓ ଡିସିପି ଅନୁପ ସାହୁ ଖଣ୍ତଗିରି ଥାନାକୁ ଆସି ଘଟଣା ବାବଦରେ ଆଲୋଚନା କରିଥିଲେ। ଲୋକଙ୍କ ଆକ୍ରମଣରେ ଗୁରୁତର ହୋଇଥିବା କନ୍‌ଷ୍ଟେବଲ୍‌ ପ୍ରଦୀପ ଜେନା, ବିଶ୍ବର˚ଜନ ସାମଲ ଓ ରୂପେଶ ପ୍ରଧାନଙ୍କ ସ୍ବାସ୍ଥ୍ୟାବସ୍ଥା ବାବଦରେ ବୁଝିଥିଲେ। ଗଣ୍ତଗୋଳର ମୂଳ କାରଣ ତଥା ଲୋକଙ୍କ ମାଡ଼ରେ ଗୁରୁତର ଆହତ ଓ ଥାନାରେ ଅଟକ ଥିବା ଅଗ୍ନି ଷଡ଼ଙ୍ଗୀକୁ ଦେଖିଥିଲେ। ପରେ ଚଢ଼ଉ ଓ ଗିରଫଦାରୀ ପାଇଁ ନିଷ୍ପତ୍ତି ନିଆଯାଇଥିିଲା। ବିଳମ୍ବିତ ରାତିରେ କମିସନରେଟ୍‌ ପୁଲିସର ବଛା ବଛା ଅଧିକାରୀମାନଙ୍କୁ ନେଇ ଏକ ଟିମ୍‌ ଗଠିତ ହୋଇଥିଲା। ୨ ପ୍ଲାଟୁନ୍‌ ମହିଳା ପୁଲିସ ସମେତ ୧୦ ପ୍ଲାଟୁନ୍‌ ପୁଲିସ ବଳ ରଘୁନାଥନଗରକୁ ଘେରି ଯାଇଥିଲେ। ଚଢ଼ଉ ବାବଦରେ ଜଣାପଡ଼ିବାବେଳେକୁ ଶତାଧିକ ଲୋକଙ୍କୁ ପୁଲିସ ନିଜ ଅକ୍ତିଆର‌୍‌କୁ ନେଇ ସାରିଥିଲା। ପୁଲିସର ଅତର୍କିତ ଚଢ଼ଉ ଦେଖି ବିକଳରେ ଅନେକ ଲୋକ ଅନ୍ଧାରରେ ଦୌଡ଼ି ଦୌଡ଼ି ଖସି ପଳାଇଥିଲେ। ଆଜି ସେମାନଙ୍କୁ ଅଟକ ରଖାଯାଇ ଯାଞ୍ଚ କରାଯାଇଥିଲା ଓ ଗଣ୍ତଗୋଳକାରୀମାନଙ୍କୁ ଚିହ୍ନଟ କରାଯିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୁଲିସ ଅନ୍ୟମାନଙ୍କୁ ଛାଡ଼ି ଦେଇଛି।
ଅପରପକ୍ଷରେ ଆଜି ସକାଳୁ ରଘୁନାଥନଗରରେ ଓଲଟା ଚିତ୍ର ଦେଖିବାକୁ ମିଳିଥିଲା। ସମସ୍ତ ସାହି ପୁରୁଷ ଶୂନ୍ୟ ହୋଇପଡ଼ିଥିଲା। ପୂର୍ବରୁ ସାହିରେ ପୁଲିସକୁ ପୂରାଇ ନ ଦେବାକୁ ଅଣ୍ଟା ଭିଡ଼ିଥିବା ଲୋକେ ଆଜି ନିରବରେ ଲୁଚିଛପି ପଳାଉଥିଲେ। ସେହିଭଳି ଏହି ଗଣ୍ତଗୋଳରେ ମହିଳାମାନଙ୍କ ସମ୍ପୃକ୍ତି ଥିବାରୁ କାଳେ ପୁଲିସ ସେମାନଙ୍କୁ ବାନ୍ଧିବ, ସେହି ଭୟରେ ବହୁ ମହିଳା ମଧୢ ପିଲାଛୁଆଙ୍କୁ ସାଙ୍ଗରେ ଧରି ଘରେ ତାଲା ପକାଇ ପଳାଇଛନ୍ତି। ଆଜି ପୁଲିସ ଅଟକ ରଖିଥିବା ପ୍ରାୟ ୯୦ ଜଣଙ୍କୁ ଛାଡ଼ି ଦେଇଥିଲେ ବି ଲୋକଙ୍କ ମନରୁ ଭୟ ଯାଇନାହିଁ। ସୂଚନାନୁସାରେ ପୁଲିସ ପକ୍ଷରୁ ମହିଳାମାନଙ୍କୁ ଗିରଫ କରିବା ଯୋଜନା ନାହିଁ। କିନ୍ତୁ ଗଣ୍ତଗୋଳକୁ ଉସୁକାଇଥିବା ମୁଖିଆମାନଙ୍କୁ ପୁଲିସ ଛାଡ଼ିବ ନାହିଁ। ତେବେ ଅନ୍ୟପକ୍ଷରେ ଗିରଫଦାରୀକୁ ରୋକିବା ପାଇଁ ପୁଲିସ ଉପରେ ବିଭିନ୍ନ ମହଲରୁ ଚାପ ପଡ଼ୁଥିବା ଜଣାପଡ଼ିଛିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe