ଘରେ ପଶି ସଂଘବଦ୍ଧ ଆକ୍ରମଣ ଘଟଣା, ଭୁବନେଶ୍ବରର ୫ଟି ଜାଗାରେ ଚଢ଼ଉ

Advertisment
ଧନୁପାଲ୍ଲୀ ଥାନା ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଆକ୍ରମଣକୁ ନେଇ ରାଜ୍ୟ ପୁଲିସ ସେବା ସଂଘର ତୀବ୍ର ଅସନ୍ତୋଷ

image source-odisha police

ଭୁବନେଶ୍ବର: ନୂଆପଲ୍ଲୀରେ ଘରେ ପଶି ସଂଘବଦ୍ଧ ଆକ୍ରମଣ ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତତ୍ପର ହୋଇଛି। ଆଜି ଭୁବନେଶ୍ବରର ୫ଟି ଜାଗାରେ ପୁଲିସର ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରିଛି। ସ୍ପେସାଲ ସ୍କ୍ବାଡ୍‌ ଏସିପି ସଞ୍ଜୀବ ଶତପଥୀ, ଏସିପି ଅନିଲ ମିଶ୍ର, ନୂଆପଲ୍ଲୀ ଆଇଆଇସି ଶରତ ସାହୁ, ସହିଦନଗର ଥାନା ଆଇଆଇସି ହିମାଂଶୁ ସ୍ବାଇଁ ପ୍ରମୁଖ ସଦଳବଳ ଚଢ଼ଉ କରିଛନ୍ତି। ନୂଆପଲ୍ଲୀ, ଲକ୍ଷ୍ମୀସାଗର, ସହିଦନଗର, ମଞ୍ଚେଶ୍ବର, ପ୍ରଭୃତି ଅଞ୍ଚଳରେ ଚଢ଼ଉ ହୋଇଥିଲେ ମଧ୍ୟ ପୁଲିସକୁ ସଫଳତା ମିଳିପାରି ନାହିଁ।

ଆଜି ମଧ୍ୟାହ୍ନରେ ଅଭିଯୁକ୍ତ ସନ୍ତୋଷ ରାଜୁ, ଜୋପୁ ପଣ୍ଡିତ, ବାବୁ ଅରବିନ୍ଦ ଓ ସାଗର ରାୟ ପ୍ରମୁଖ ଭୁବନେଶ୍ବରରେ ଥିବା ପୁଲିସ ପାଖରେ ଖବର ପହଞ୍ଚିଥିଲା। ଏ ନେଇ ନୂଆପଲ୍ଲୀ ଆଇଆଇସି ଓ ଏସିପି ସ୍ପେସାଲ ସ୍କ୍ବାଡ୍‌ ଏସିପିଙ୍କ ନିକଟରେ ପହଞ୍ଚିଥିଲେ। ସେଠାରେ ଏମାନଙ୍କୁ ଧରିବା ପାଇଁ ଏକ ନକ୍ସା ପ୍ରସ୍ତୁତ ହୋଇଥିଲା। ସ୍ପେସାଲ ସ୍କ୍ବାଡ୍‌ରୁ ୫ଟି ଟିମ୍‌ ‌ସାଙ୍ଗରେ ଫୋର୍ସ ଧରି ଏକ ସମୟରେ ବାହାରିଥିଲେ ଏବଂ ଅଭିଯୁକ୍ତଙ୍କ ଆଡ଼ାରେ ଚଢ଼ଉ ହୋଇଥିଲା। ହେଲେ କିଛି ସୁଫଳ ମିଳିନାହିଁ। ପୁଲିସ ଚଢ଼ଉ ଖବର ପାଇ ସେମାନେ ଫେରାର ହୋଇ ଯାଇଥିଲେ। ଅନ୍ୟପଟେ ଆଉ ଦୁଇଟି ସ୍ବତନ୍ତ୍ର ଟିମ୍‌ ରାଜ୍ୟ ବାହାରକୁ ଯାଇଛି। ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ଓ ଜ୍ବାଇଁ ଶୁଭ୍ରାଂଶୁ ବିଶ୍ବାଳଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ରାଜ୍ୟ ବାହାରକୁ ଚାଲି ଯାଇଥିବା ଆଶଙ୍କା କରି ଏହି ସ୍ବତନ୍ତ୍ର ଟିମ୍‌ ଗତକାଲି ଠାରୁ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe