ରାଜ୍ୟରେ ନିମ୍ନମାନର ପାରାସିଟାମଲ

Advertisment

ଗୋଟିଏ ମାସରେ ୬୦୦ ନମୁନା ପରୀକ୍ଷା, ନକଲି ସାନିଟାଇଜର କାରଖାନାରେ ଚଢ଼ଉ

ଗୋଟିଏ ମାସରେ ୬୦୦ ନମୁନା ପରୀକ୍ଷା, ନକଲି ସାନିଟାଇଜର କାରଖାନାରେ ଚଢ଼ଉ

ରାଜ୍ୟରେ ନିମ୍ନମାନର ପାରାସିଟାମଲ

ଭୁବନେଶ୍ବର : ରାଜ୍ୟ ଭେଷଜ ନିୟନ୍ତ୍ରକ ପରୀକ୍ଷାଗାରରେ ନିମ୍ନମାନର ପାରାସିଟାମଲ ଧରାପଡ଼ିଛି। ସଂପୃକ୍ତ କମ୍ପାନି ରାଜ୍ୟ ବାହାରର ହୋଇଥିବା ବେ‌ଳେ ଏହାର କେତୋଟି ବ୍ୟାଚ୍‌ ନିମ୍ନମାନର ବା ଏନ୍‌ଏସ୍‌କ୍ୟୁ ରହିଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ କରୋନା ଭଳି ଏକ ଅସାଧାରଣ ସମୟରେ ପାରାସିଟାମଲ ଔଷଧ ଚାହିଦା ବୃଦ୍ଧି ପାଇଥିବା ବେଳେ କମ୍ପାନିମାନଙ୍କ ଏଭଳି ଔଷଧ ଯୋଗାଣ ଚିନ୍ତା ବଢ଼ାଇ ଦେଇଛି। ଲକ୍‌ଡାଉନ୍ ପାଇଁ ରାଜ୍ୟ ଔଷଧ ନିଗମ (ଓଏସ୍‌ଏମ୍‌ସିଏଲ) ପକ୍ଷରୁ ଯେଉଁ ଔଷଧ କିଣା ଯାଉଛି ରାଜ୍ୟ ଭେଷଜ ନିୟନ୍ତ୍ରକ କାର୍ଯ୍ୟାଳୟକୁ ତାହାର ନମୁନା ପରୀକ୍ଷା ଦାୟିତ୍ବ ଦିଆଯାଇଛି। ଲକ୍‌ଡାଉନ୍‌ ପାଇଁ ନିଗମର ଅନୁବନ୍ଧିତ ଏନ୍‌ଏବିଏଲ ପରୀକ୍ଷାଗାରକୁ ଔଷଧ ନମୁନା ପଠାଇବା କଷ୍ଟକର ଥିବାରୁ ଭେଷଜ ନିୟନ୍ତ୍ରକ ପରୀକ୍ଷାଗାରରେ ଏହାର ପରୀକ୍ଷା କରାଯାଉଛି। ବିଶେଷକରି ଅତ୍ୟାବଶ୍ୟକ ଔଷଧର ପରୀକ୍ଷା କରାଯାଉଛି। ରାଜ୍ୟ ଭେଷଜ ନିୟନ୍ତ୍ରକ(ଭାରପ୍ରାପ୍ତ) ମାମିନା ପଟ୍ଟନାୟକଙ୍କ ସୂଚନା ଅନୁସାରେ, ଗତ ୧ମାସରେ ୬ଶହ ଔଷଧ ନମୁନା ପରୀକ୍ଷା କରାଯାଇଛି। ତହିଁରୁ ଗୋଟିଏ କମ୍ପାନିର ଔଷଧ ଏନ୍‌ଏସ୍‌କ୍ୟୁ ରହିଛି। ସଂପୂର୍ଣ୍ଣ ରିପୋର୍ଟ ଆସିବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେହିପରି ରାଜ୍ୟରେ କରୋନାର ସୁଯୋଗ ନେଇ ନକଲି ସାନିଟାଇଜର ପ୍ରସ୍ତୁତ କରୁଥିବା ଏକ ନକଲି କାରଖାନା ଉପରେ ଚଢ଼ଉ କରାଯାଇଛି। କଟକର ସିଡିଏ ସେକ୍ଟର ୧୧ ଅଞ୍ଚଳରେ ଜଣେ ବ୍ୟକ୍ତି ଏହି ନକଲି ସାନିଟାଇଜର ପ୍ରସ୍ତୁତ କରୁଥିଲେ। କଟକ ଜୋନ୍‌ର ୩ ଡ୍ରଗ୍ସ ଇନ୍‌ସପେକ୍ଟର ମିଳିତ ଭାବେ ଏହାକୁ ଚଢ଼ଉ କରିଛନ୍ତି। ଏହି କମ୍ପାନିର କୌଣସି ଠିକଣା କିମ୍ବା ପଞ୍ଜୀକରଣ ନମ୍ବର ନ ଥିଲା। ଚଢ଼ଉ ସମୟରେ ବହୁ ପରିମାଣରେ କେମିକାଲ, ଆଲକହଲ, ସର୍ଜିକାଲ ସ୍ପିରିଟ, ନେଲପଲିସ ସହ ବଟଲ, ଷ୍ଟିକର ଲେବୁଲ ଜବତ କରାଯାଇଛି। ଅନ୍ୟ କମ୍ପାନିର ଖାଲି ଟ୍ୟୁବ୍‌, ଲେବଲ ଲାଗି ନ ଥିବା ବୋତଲ ଜବତ ମଧ୍ୟ କରାଯାଇଛି। ଗତ ୧ ସପ୍ତାହ ଭିତରେ ଏହି ନକଲି କାରଖାନାରୁ ୧ହଜାରରୁ ଅଧିକ ସାନିଟାଇଜର ବିକ୍ରି କରାଯାଇଛି। ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଶ୍ରୀମତୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe