ଫଳ ଗୋଦାମ ଉପରେ ଚଢ଼ଉ : ୫କ୍ୱିଣ୍ଟାଲ ଫଳ ଜବତ

ଫଳ ଗୋଦାମ ଉପରେ ଚଢ଼ଉ : ୫କ୍ୱିଣ୍ଟାଲ ଫଳ ଜବତ

ଭୁବନେଶ୍ୱର : କାର୍ବାଇଡ୍‌ ସହାୟତାରେ ଫଳ ପଚା ଯାଉଥିବା ବିଭିନ୍ନ ଫଳ ଗୋଦାମ ଉପରେ ଆଜି ଚଢ଼ଉ କରାଯାଇଛି। ବିଏମ୍‌ସି ଓ ଖାଦ୍ୟ ସୁରକ୍ଷାର ଏକ ମିଳିତ ଟିମ୍‌ ପକ୍ଷରୁ ଅଶୋକ ନଗରରେ ଏହି ଚଢ଼ଉ କରିଯାଇ ୫କ୍ୱିଣ୍ଟାଲ ଫଳକୁ ନଷ୍ଟ କରାଯାଇଛି। ଆଗାମୀ ଦିନରେ କାର୍ବାଇଡ୍‌ ବ୍ୟବହାର ହେଉଥିବା ବିଭିନ୍ନ ଫଳ ଗୋଦାମ ଉପରେ ଚଢ଼ଉ ଜାରି ରହିବା ବୋଲି ସୂଚନା ଦିଆଯାଇଛି।

ରାଜଧାନୀରେ ବିଭିନ୍ନ ଫଳ ଗୋଦାମରେ ଫଳ ପଚାଇବା ଲାଗି ଅଧିକ ମାତ୍ରାରେ କାର୍ବାଇଡ୍‌ ବ୍ୟବହାର କରାଯାଉଥିବା ଦୀର୍ଘଦିନରୁ ଅଭିଯୋଗ ହୋଇ ଆସୁଥିଲା। ଆଜି ସକାଳେ ବିଏମ୍‌ସି ଓ ଖାଦ୍ୟ ସୁରକ୍ଷାର ଏକ ୧୦ଜଣିଆ ଟିମ୍‌ ଅଶୋକ ନଗରରେ ଥିବା ୧୦ଟି ଫଳ ଗୋଦାମରେ ଚଢ଼ଉ କରିଥିଲେ। ଏସବୁ ଫଳ ଗୋଦାମରେ ଫଳ ପଚାଇବା ପାଇଁ କାର୍ବାଇଡ୍‌ ବ୍ୟବହାର କରାଯାଉଥିବା ଜଣାପଡ଼ିଥିଲା। ଏସବୁ ଫଳଗୁଡ଼ିକୁ ଜବତ କରାଯିବା ସହିତ ଏହାକୁ ସଙ୍ଗେ ସଙ୍ଗେ ନଷ୍ଟ କରି ଦିଆଯାଇଥିଲା। ଖାଦ୍ୟ ସୁରକ୍ଷାର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ନିୟମିତ ଫଳ ନମୁନା ଯାଞ୍ଚ ସମୟରେ ରାଜଧାନୀର ବିଭିନ୍ନ ଫଳ ଗୋଦାମରେ ମାତ୍ରାଧିକ କାର୍ବାଇଡ୍‌ ବ୍ୟବହାର କରାଯାଉଥିବା ଜଣାପଡ଼ିଥିଲା। ମାତ୍ରାଧିକ କାର୍ବାଇଡ୍‌ର ବ୍ୟବହାର ଶରୀର ଉପରେ କ୍ଷତି ପହଞ୍ଚାଉଥିବାରୁ ଏହାକୁ ସରକାରଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଛି। ଏହାସତ୍ୱେ କିଛି ଅସାଧୁ ବ୍ୟବସାୟୀ ଏହାକୁ ନିୟମିତ ଭାବେ ବ୍ୟବହାର କରିଚାଲିଛନ୍ତି। ଆଜି ଅଶୋକରେ ଏଥିପାଇଁ ଚଢ଼ଉ କରାଯାଇଛି। ରାଜଧାନୀରେ ବିକ୍ରି ହେଉଥିବା ଫଳକୁ କାର୍ବାଇଡ୍‌ ମୁକ୍ତ କରିବା ପାଇଁ ଏଭଳି ଚଢ଼ଉ କରାଯାଇଛି। ଆଗାମୀ ଦିନରେ କ୍ଷୀର, ରାସ୍ତାକଡ଼ର ବିକ୍ରି ହେଉଥିବା ଖାଦ୍ୟ ଓ ବିଭିନ୍ନ ବେକେରିରେ ଚଢ଼ଉ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe