କୋଭିଡ୍‌ କଟକଣା ମାନୁନାହାନ୍ତି : ମାର୍କେଟ୍‌ ବିଲ୍‌ଡିଂରେ ଚଢ଼ଉ

Advertisment

୩ ସପିଂ ମଲ୍‌ରୁ ୨୦ହଜାର ଜରିମାନା ଆଦାୟ, ଗୋଟିଏ ସପିଂ ମଲ୍‌ ସିଲ୍‌

୩ ସପିଂ ମଲ୍‌ରୁ ୨୦ହଜାର ଜରିମାନା ଆଦାୟ, ଗୋଟିଏ ସପିଂ ମଲ୍‌ ସିଲ୍‌

କୋଭିଡ୍‌ କଟକଣା ମାନୁନାହାନ୍ତି : ମାର୍କେଟ୍‌ ବିଲ୍‌ଡିଂରେ ଚଢ଼ଉ

ଖାଓଗଳିରେ ବି ତନାଘନା, ଅମାନିଆଙ୍କୁ ତଣ୍ଡ
ରାଜଧାନୀବାସୀଙ୍କ ସହଯୋଗ ଲୋଡ଼ିଲେ କମିସନର୍‌

ଭୁବନେଶ୍ବର : ରାଜଧାନୀରେ କରୋନା ସଂକ୍ରମଣ ବଢ଼ିବା ପରେ ଚଢ଼‌ଉକୁ ଜୋରଦାର କରିଛି ବିଏମ୍‌ସି। ବିଏମ୍‌ସିର କେନ୍ଦ୍ରୀୟ ଓ ଦକ୍ଷିଣ ପୂର୍ବ ଜୋନ୍‌ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ଆଜି ମାର୍କେଟ୍‌ ବିଲଡିଂରେ ଥିବା ବିଭିନ୍ନ ସୋ’ରୁମ୍‌ ଓ ଦୋକାନଗୁଡ଼ିକୁ ଯାଞ୍ଚ କରାଯାଇଛି। କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କରିଥିବାରୁ ‌େଗାଟିଏ ମଲ୍‌କୁ ସିଲ୍‌ କରାଯାଇଥିବାବେଳେ ମାର୍କେଟ୍‌ ବିଲଡିଂରେ ଥିବା ଆଉ ୩ଟି ମଲ୍‌ରୁ ୨୦ ହଜାର ଟଙ୍କର ଜରିମାନା ଆଦାୟ କରାଯାଇଛି। ଅନ୍ୟାନ୍ୟ ଦୋକାନଗୁଡ଼ିକଠାରୁ ଦୁଇ ହଜାର ଟଙ୍କା‌ କରି ଜରିମାନା ଆଦାୟ ହୋଇଛି। ବିଏମ୍‌ସି ଅତିରିକ୍ତ କମିସନର୍‌ ଲକ୍ଷ୍ମୀକାନ୍ତ ସେଠୀ, ଜେଡିସି ଅଂଶୁମାନ ରଥ ଓ ଆସିଷ୍ଟାଣ୍ଟ କମିସନର(ଏନ୍‌ଫୋ‌ର୍ସମେଣ୍ଟ) ଲିଲନ୍‌ ପ୍ରସାଦ ସାହୁଙ୍କ ଉପସ୍ଥିତିରେ ଚଢ଼ଉ କରାଯାଇଥିଲା।

publive-image

ଅନ୍ୟପକ୍ଷରେ ରାମମନ୍ଦିର ପଛପାର୍ଶ୍ବରେ ଥିବା ଖାଓ ଗଳିରେ ବି ବିଏମ୍‌ସି ଟିମ୍‌ ଚଢ଼ାଉ କରିଛି। ସନ୍ଧ୍ୟାରେ ଏହି ଚଢ଼ଉ ସମୟରେ ଅଧିକାଂଶ ବ୍ୟବସାୟୀ ମାସ୍କ ପିନ୍ଧି ନ ଥିବା ନଜରକୁ ଆସିଥିଲା। ଦୋକାନରେ କାର୍ଯ୍ୟ କରୁଥିବା ରୋଷେୟା, ୱେଟରଙ୍କ ମୁହଁରେ ବି ମାସ୍କ ନ ଥିଲା। ଗ୍ରାହକଙ୍କ ମଧ୍ୟରେ ଆଦୌ ସାମାଜିକ ଦୂରତା ନ ଥିଲା। ଖାଦ୍ୟ ସଂଗ୍ରହ କରିବା ସମୟରେ ପରସ୍ପର ଉପରେ ଚଢ଼ି ଯାଉଥିବା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ବିଏମ୍‌ସି ସ୍କ୍ବାଡ୍‌ ପକ୍ଷରୁ ଖାଓଗଳିରେ ଥିବା ବ୍ୟବସାୟୀମାନଙ୍କଠାରୁ ୧୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା।

publive-image

ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ କହିବାନୁଯାୟୀ, ରାଜଧାନୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଚଢ଼ଉକୁ ଆହୁରି କଡ଼ାକଡ଼ି କରାଯିବ। ବିମାନବନ୍ଦର, ରେଳଷ୍ଟେସନ, ମାର୍କେଟ୍ ଆଦି ସ୍ଥାନରେ ବିଏମ୍‌ସି ପକ୍ଷରୁ ନଜର ରଖାଯାଇଛି। ବିମାନବନ୍ଦରରେ ଟେଷ୍ଟିଂକୁ ବାଧ୍ୟତାମୂଳକ କରାଯାଇଛି। ରେଳ ଷ୍ଟେସନ୍‌ରେ ସ୍କ୍ରିନିଂ ଚାଲିଛି। ୨ରୁ ୩ଟି ଟିମ୍‌ ସେଠାରେ ରହି ନିୟମିତ ଭାବେ ଯାତ୍ରୀଙ୍କ ଉପରେ ନଜର ରଖିଛନ୍ତି। ଏବେ ମାର୍କେଟ୍‌ ଉପରେ ଚଢ଼ଉ କରିବାକୁ ବ୍ୟବସ୍ଥା ହୋଇଛି। କମିସନରେଟ୍‌ ପୁଲିସ ଓ ବିଏମ୍‌ସି ମିଳିତ ଭାବେ ଏହି ଚଢ଼ଉରେ ସାମିଲ ହେବେ। ଯେଉଁଠାରେ କୋଭିଡ୍‌-୧୯ ନିୟମ ଉଲ୍ଲଂଘନ ହେଉଥିବା ନଜରକୁ ଆସିବ, ସିଲ୍‌ କରାଯିବ। ରାଜଧାନୀବାସୀ ଏଥିରେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe