Raid on mine: ରଥୀପୁର ଚୋରା ଖଣିରେ ଚଢ଼ଉ: ୩ ହାଇୱା, ୨ ଜେସିବି ଜବତ, ଅନ୍ଧାରରେ ଦୌଡ଼ିଲେ ମାଫିଆ

Advertisment

ଜଟଣୀ ଅଞ୍ଚଳରେ ମୋରମ୍‌ ଓ ମାଙ୍କଡ଼ା ପଥର ଆଦି ଲଘୁ ଖଣିଜ ଚୋରା ଚାଲାଣ ଥମିବା ନାଁ ନେଉନାହିଁ। ରଥୀପୁରରେ ଚାଲିଥିବା ଚୋରା ମୋରମ୍‌ ଖଣିରେ ବାରମ୍ବାର ଚଢ଼ଉ ହେଉଥିଲେ ହେଁ ମାଫିଆମାନେ ଚୋରାରେ ଖଣି ଖନନ ବନ୍ଦ କରୁନାହାନ୍ତି।

ଜଟଣୀ ଅଞ୍ଚଳରେ ମୋରମ୍‌ ଓ ମାଙ୍କଡ଼ା ପଥର ଆଦି ଲଘୁ ଖଣିଜ ଚୋରା ଚାଲାଣ ଥମିବା ନାଁ ନେଉନାହିଁ। ରଥୀପୁରରେ ଚାଲିଥିବା ଚୋରା ମୋରମ୍‌ ଖଣିରେ ବାରମ୍ବାର ଚଢ଼ଉ ହେଉଥିଲେ ହେଁ ମାଫିଆମାନେ ଚୋରାରେ ଖଣି ଖନନ ବନ୍ଦ କରୁନାହାନ୍ତି।

fshfhfhxbv

ଜଟଣୀ: ଜଟଣୀ ଅଞ୍ଚଳରେ ମୋରମ୍‌ ଓ ମାଙ୍କଡ଼ା ପଥର ଆଦି ଲଘୁ ଖଣିଜ ଚୋରା ଚାଲାଣ ଥମିବା ନାଁ ନେଉନାହିଁ। ରଥୀପୁରରେ ଚାଲିଥିବା ଚୋରା ମୋରମ୍‌ ଖଣିରେ ବାରମ୍ବାର ଚଢ଼ଉ ହେଉଥିଲେ ହେଁ ମାଫିଆମାନେ ଚୋରାରେ ଖଣି ଖନନ ବନ୍ଦ କରୁନାହାନ୍ତି। ଗତକାଲି ରାତିରେ ପୁଲିସ ରଥିପୁରରେ ଚଢ଼ଉ କରାଯାଇଛି ଏବଂ ଚୋରା ଖଣିରୁ ୩ଟି ହାଇୱା ଓ ୨ଟି ଜେସିବି ଜବତ କରାଯାଇଛି। ଚଢ଼ଉର ଠିକ୍‌ ପୂର୍ବରୁ ମାଫିଆମାନେ ଅନ୍ଧାରରେ ଦୌଡ଼ି ଫେରାର ହୋଇଯାଇଛନ୍ତି ଏବଂ ଗାଡ଼ି ଚାଳକମାନେ ଗାଡ଼ି ଛାଡ଼ି ଛୁ’ ମାରିଛନ୍ତି। 

Education: ପ୍ରଧାନଶିକ୍ଷକ, ହୋଷ୍ଟେଲ ଅଧୀକ୍ଷକଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ୍‌

ସୂଚନାଯୋଗ୍ୟ ଯେ, ଜଟଣୀ ତହସିଲ ଅନ୍ତର୍ଗତ ରଥୀପୁରରେ ବ୍ୟାପକ ଚୋରା ଖଣି ଚାଲିଥିବା ନେଇ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଆସୁଛନ୍ତି। ମାଫିଆମାନେ ମାଙ୍କଡ଼ା ପଥର ସହିତ ମୋରମ୍‌ ଚୋରା ଚାଲାଣ କରୁଛନ୍ତି। ପୂର୍ବରୁ ଏହି ମୌଜାରେ ଚାଲିଥିବା ଚୋରା ଖଣିରେ ଚଢ଼ଉ କରାଯାଇଥିଲା ଏବଂ ଜେସିବି ଓ ହାଇୱା ଜବତ କରାଯାଇଥିଲା। ମାତ୍ର ମାଫିଆମାନେ ଖସିପଳାଇଥିଲେ। ଗତକାଲି ବିଳମ୍ୱିତ ରାତିରେ ବି ଅନୁରୂପ ଘଟଣା ଘଟିଛି। ପୁଲିସ ଓ ଖଣିଜ ବିଭାଗର ମିଳିତ ସ୍କ୍ବାଡ୍‌ ଚଢ଼ଉ କରିବା ଠିକ୍‌ ପୂର୍ବରୁ ଚୋରାଚାଲାଣକାରୀମାନେ ଖସି ଯାଇଛନ୍ତି। ଲଘୁ ଖଣିଜ ବିଭାଗର ଅଧିକାରୀମାନେ ରାତିଅଧିଆ ପୁଲିସ ନେଇ ଚୋରା ଖଣିରେ ଚଢ଼ଉ କରୁଥିଲେ ହେଁ ଏହି ଖବର କିଭଳି ମାଫିଆମାନଙ୍କ ନିକଟରେ ପହଞ୍ଚୁଛି, ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କେଉଁ ଉତ୍ସରୁ ଚଢ଼ଉ ଖବର ଲିକ୍‌ ହେଉଛି, ତାହାକୁ ନେଇ ସାଧାରଣରେ ନାନା ରୋଚକ କଥା ଆଲୋଚନା ହେଉଛି। ମାଫିଆ ଓ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ର କିଛି କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ମାଫିଆମାନେ ଧରାପଡ଼ୁନାହାନ୍ତି ବୋଲି ଆଲୋଚନା ହେଉଛି।

Peace Talk: ‘ନା’ କହିବାରେ ତେହେରାନର ଶକ୍ତି ନିହିତ: ଅରାଘଚି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe