ଭୁବନେଶ୍ୱରରେ ୧୯୫୦ଟି ଦୋକାନ ଉପରେ ଚଢ଼ାଉ, ୧ ଲକ୍ଷ ୬୧ ହଜାର ଟଙ୍କା ଜରିମାନା ଆଦାୟ

Advertisment
ଭୁବନେଶ୍ୱରରେ ୧୯୫୦ଟି ଦୋକାନ ଉପରେ ଚଢ଼ାଉ, ୧ ଲକ୍ଷ ୬୧ ହଜାର ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର: ଦୁଇ ଦିନ ହେଲା ବିଏମସି ପକ୍ଷରୁ ଭୁବନେଶ୍ୱରରେ ବିଭିନ୍ନ ଦୋକାନ ଓ ବ୍ୟବସାୟିକ ଅନୁଷ୍ଠାନ ଉପରେ ଚଢ଼ାଉ କରାଯାଉଛି। ଚଢ଼ାଉ ସମୟରେ ୧୯୫୦ଟି ଦୋକାନରୁ ୧ ଲକ୍ଷ ୬୧ ହଜାର ଟଙ୍କା ଜରିମାନା ସୂତ୍ରରେ ଆଦାୟ କରାଯାଇଛି। ଦୋକାନୀମାନେ ପଲିଥିନ ଓ ଜରି ବ୍ୟବହାର ବନ୍ଦ କରିବା ପାଇଁ ବିଏମ୍‌ସି ବାରମ୍ବାର ସଚେତନତା କରାଯାଉଥିଲେ ବି ବେଫିକର ଭାବେ ନିୟମ ଉଲଘଂନ କରୁଥିବାରୁ ଏହି ଅଭିଯାନ ପୁଣି ଥରେ ଆରମ୍ଭ କରାଯାଇଛି। ଦୋକାନୀ ଓ ବ୍ୟବସାୟୀମାନେ ପଲିଥିନ ଓ ଜରି ବିକ୍ରି ଓ ବ୍ୟବହାର କରୁଛନ୍ତି। ବିଏମସିର ତିନୋଟି ଜୋନାଲ ସ୍କ୍ଵାର୍ଡ ଓ ଗୋଟିଏ ସେଣ୍ଟ୍ରାଲ ସ୍କ୍ଵାର୍ଡ ରାଜଧାନୀର ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରୁଛନ୍ତି।

ଗତକାଲି ୬୦୦ ଦୋକାନରେ ଚଢ଼ାଉ କରି ୪୨ ହଜାର ଫାଇନ ଆଦାୟ କରାଯାଇଥିଲା। ଆଜି ୧୩୫୦ ଦୋକାନ ଉପରେ ଚଢ଼ାଉ କରି ଏକଲକ୍ଷ ୧୯ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ରସୁଲଗଡ଼ ଛକରେ ଆଜି ଜରିମାନା ଆଦାୟ ବେଳେ ଉତେଜନା ଦେଖାଦେଇଥିଲା। ବିଏମସି ଅଧିକ ଫାଇନ ଆଦାୟ କରୁଥିବା ଅଭିଯୋଗରେ କିଛି ସମୟ ରାସ୍ତାରୋକ ହୋଇଥିଲା। ମଞ୍ଚେଶ୍ୱର ପୁଲିସ ପହଞ୍ଚି ଦୋକାନୀଙ୍କୁ ବୁଝାସୁଝା କରିଥିଲା। ପଲିଥିନ ଓ ଜରି ବ୍ୟବହାର ବନ୍ଦ, ଡଷ୍ଟବିନ ରଖିବା ବାଧ୍ୟତାମୂଳକ, ନିୟମ ଉଲ୍ଲଘଂନ କଲେ ଏଥର ସିଲ୍‌ ହେବ ଦୋକାନ ବୋଲି କଡ଼ା ଚେତାବନୀ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe