ୟୁନିଟ୍‌-୧ ହାଟରେ ଚଢ଼ଉ, ୮୦ କେଜି ପଲିଥିନ୍‌ ଜବତ

Advertisment

ତିନିଦିନରେ ଦୁଇ କୁଇଣ୍ଟାଲ ପଲିଥିନ୍‌ ଜବତ, ୪୫୦୦ ଟଙ୍କା ଜରିମାନା ଆଦାୟ

ତିନିଦିନରେ ଦୁଇ କୁଇଣ୍ଟାଲ ପଲିଥିନ୍‌ ଜବତ, ୪୫୦୦ ଟଙ୍କା ଜରିମାନା ଆଦାୟ

ୟୁନିଟ୍‌-୧ ହାଟରେ ଚଢ଼ଉ, ୮୦ କେଜି ପଲିଥିନ୍‌ ଜବତ

ଭୁବ‌ନେଶ୍ବର: ଭୁବନେଶ୍ବରକୁ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଦିଗରେ ଅଗ୍ରସର ହୋଇଛି ବିଏମ୍‌ସି। ୪ ମାସ ପରେ ପୁଣିଥରେ ଚାଲିଥିବା ଚଢ଼ଉରେ ଆଜି ସ୍କ୍ବାଡ୍‌ ସଦସ୍ୟମାନଙ୍କୁ ବଡ଼ଧରଣର ସଫଳତା ମିଳିଛି। ୟୁନିଟ୍‌-୧ ହାଟରେ ଚଢ଼ଉ କରିବା ସମୟରେ ୮୦ କେ‌ଜିର ପଲିଥିନ୍ ଜବତ କରାଯାଇଛି। ହାଟରେ ଥିବା ଏକ ଗୋଦାମରେ ଏତେ ପରିମାଣର ପଲିଥିନ୍‌ ମହଜୁଦ ଥିବା ସ୍କ୍ବାଡ୍‌ର ସଦସ୍ୟମାନେ ଦେଖିବା ପରେ ତାହାକୁ ଜବତ କରି ନେଇଛନ୍ତି। ସମସ୍ତ ଜବତ ସାମଗ୍ରୀକୁ କଟକ ରୋଡସ୍ଥିତ ଯାତ୍ରୀନିବାସରେ ରଖାଯାଇଥିବା ଜଣାପଡ଼ିଛି। ବିଏମ୍‌ସି, କମିସନରେଟ୍‌ ପୁଲିସ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜଙ୍ଗଲ ବିଭାଗର କର୍ମଚାରୀମାନଙ୍କୁ ନେଇ ଗଠିତ ଦୁଇଟି ସ୍କ୍ବା‌ଡ୍‌ ଗତ ୫ ଦିନ ମଧ୍ୟରେ ତିନି ଥର ଚଢ଼ଉ କରିଛି। ପ୍ରଥମ ଦିନରେ ୭୫ କେଜି ପଲିଥିନ୍‌ ଜବତ କରାଯାଇଥିବା ବେଳେ ଗତ ଶନିବାର ଚଢ଼ଉ ବେଳେ ୪୫ କେଜି ପଲିଥିନ୍‌ ଜବତ ହୋଇଥିଲା। କିଛି ବ୍ୟବସାୟୀଙ୍କଠାରୁ ୪୫୦୦ ଟଙ୍କାର ଜରିମାନା ବି ଆଦାୟ ହୋଇଥିଲା। ମୋଟ ଉପରେ ଦେଖିଲେ ତିନି ଦିନରେ ଦୁଇ କୁଇଣ୍ଟାଲ ପଲିଥିନ୍‌ ଜବତ ହୋଇଛି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୨୦୧୮ ନଭେମ୍ବର ମାସ‌ରେ ଚଢ଼ଉେ ସମୟରେ ଯେମିତି ପଲିଥିନ୍‌ ଜବତ ହୋଇଥିଲା ଏବେ ସେଭଳି ପଲିଥିନ୍‌ ବଜାରରେ ବ୍ୟାପିଯାଇଛି। ଦୁଇଟି ସ୍କ୍ବାଡ୍‌ ଚଢ଼ାଉ କରି ବହୁ ପରିମାଣର ସାମଗ୍ରୀ ଜବତ କରିଛି। ତଥାପି ଆହୁରି ଅନେକ ସ୍ଥାନରେ ପଲିଥିନ୍‌ ବ୍ୟବହାର ହେଉଥିବା ନଜରକୁ ଆସିଛି। ବିଶେଷକରି ଆଜି ୟୁନିଟ୍‌-୧ ବଜାରରୁ ଏତେ ପରିମାଣର ପଲିଥିନ୍‌ ଜବତ ହେବା ଚିନ୍ତାର କାରଣ ପାଲଟିଛି। ତାହାକୁ ଦୃଷ୍ଟିରେ ରଖି ଆଗକୁ ସ୍କ୍ବାଡ୍‌ ପକ୍ଷରୁ ଚଢ଼ାଉକୁ ବ୍ୟାପକ କରାଯିବ। ୟୁନିଟ୍‌-୧, ୟୁନିଟ୍‌-୨, ସହିଦନଗର, ଚନ୍ଦ୍ରଶେଖରପୁର, ଡମଣା, ପଟିଆ, କିଟ୍‌ ଛକ, ଇନ୍ଦ୍ରଧନୁ ମା‌ର୍କେଟ୍‌, ବରମୁଣ୍ଡା ମାର୍କେଟ, ଗଙ୍ଗନଗର ଆଦି ବଜାର ଉପରେ ନଜର ରଖାଯାଇଛି। କେ‌ଉଁ ଅଞ୍ଚଳରେ କେବେ ଚଢ଼ଉ ‌କରାଯିବ ‌ତାହାକୁ ଗୋପନୀୟ ରଖାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe