ରେଳ ଟ୍ରାକ୍‌ କଟା ହୋଇଥିଲେ ହେବନି ଦୁର୍ଘଟଣା!

Advertisment

କୁନି ମୁଣ୍ଡରେ ବଡ଼ ସୃଷ୍ଟି

କୁନି ମୁଣ୍ଡରେ ବଡ଼ ସୃଷ୍ଟି

ରେଳ ଟ୍ରାକ୍‌ କଟା ହୋଇଥିଲେ ହେବନି ଦୁର୍ଘଟଣା!

ଭୁବନେଶ୍ୱର: ରେଳ ଟ୍ରାକ୍‌ କଟା ହୋଇଥିଲେ କି କ୍ଷତ ସୃଷ୍ଟି ହୋଇଥିଲେ ଏନେଇ ଆଗରୁ ସୂଚନା ମିଳିପାରିବ। ତେଣୁ ଟ୍ରାକ୍‌ କଟାଥିଲେ ସତର୍କ ପୂର୍ବକ ଦୁର୍ଘଟଣାରୁ ବର୍ତି ହେବ। ଏଭଳି ଅନେକ ଟ୍ରେନ୍‌ ଦୁର୍ଘଟଣା ଘଟୁଥିବାର ନଜିର୍‌ ରହିଥିବା ବେଳେ ଏହାକୁ ଏଡ଼ାଇବାକୁ ବାଟ ଖୋଲିଛନ୍ତି ନବମ ଶ୍ରେଣୀର ଛାତ୍ର ସ୍ମୃତିରଂଜନ ବରାଳ। ୟୁନିଟ୍‌ ୧ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ମହାନଗର ନିଗମସ୍ତରୀୟ ବିଦ୍ୟାଳୟ ସମୂହ ବିଜ୍ଞାନ ମେଳାରେ ଏମିତି ଏକ ପ୍ରକଳ୍ପ ପ୍ରଦର୍ଶନ କରି ଦୃଷ୍ଟି ଆକର୍ଷଣ କରିଛନ୍ତି ସ୍ମୃତିରଂଜନ।

ଚନ୍ଦ୍ରଶେଖରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସ୍ମୃତିରଞ୍ଜନଙ୍କ କହିବା ମୁତାବକ, ଏହି ଯନ୍ତ୍ର ଜରିଆରେ ଟ୍ରାକ୍‌କୁ ଚିହ୍ନଟ କରିବା ପାଇଁ ଏକ ଫାଇବର ଅପ୍ଟିକ୍ସ କେବୁଲ୍‌ ଖଞ୍ଜାଯାଇଛି। ଯାହା ଇଣ୍ଟରନେଟ୍‌ ଜରିଆରେ ତଥ୍ୟ ପହଞ୍ଚାଇବାରେ ସହାୟକ ହେବ। ଆଇଆର୍‌ ସେନ୍‌ସର ଏ ଦିଗରେ ସାହାଯ୍ୟ କରିବ। ଖାଲି ସେତିକି ନୁହେଁ ଆଇଆର୍‌ ମଡ୍ୟୁଲର ଜରିଆରେ ରେଳଗାଡ଼ିକୁ ମଧ୍ୟ ରୋକାଯାଇପାରିବ। ଫଳରେ ଟ୍ରେନ୍‌ଟି ନିଶ୍ଚିତ ଦୁର୍ଘଟଣାରୁ ବର୍ତି ପାରିବ ବୋଲି କହିଛନ୍ତି ସ୍ମୃତିରଂଜନ। ତାଙ୍କର ବିଜ୍ଞାନ ତଥା ବୈଷୟିକ ଜ୍ଞାନ ଅନେକଙ୍କ ଦ୍ୱାରା ପ୍ରଶଂସିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe