ରେଳ ସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ରେଳ ସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ଭୁବନେଶ୍ବର: ୧୮୫୩ ମସିହା ଏପ୍ରିଲରେ ବମ୍ବେରୁ ଥାନେ ପର୍ଯ୍ୟନ୍ତ ପ୍ରଥମ ଟ୍ରେନ୍‌ ଚଳାଚଳ କରିଥିଲା। ଏ ଦିବସକୁ ସ୍ମରଣୀୟ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ ରେଳ ସପ୍ତାହ ପାଳନ କରାଯାଉଛି। ଏହାର ଅଂଶସ୍ୱରୂପ ପୂର୍ବତଟ ରେଳପଥ ପକ୍ଷରୁ ୬୪ତମ ରେଳ ସପ୍ତାହ ଆଜି ରେଳ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଛି। ସମାରୋହରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ କୃତୀ କର୍ମଚାରୀ ଓ ଅଧିକାରୀଙ୍କୁ ସେମାନଙ୍କର କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ କରିଛନ୍ତି। ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟଦକ୍ଷତା ପାଇଁ ଖୋର୍ଧା ରୋଡ୍‌ ରେଳମଣ୍ଡଳକୁ ସାମଗ୍ରିକ ଦକ୍ଷତା ସିଲଡ, କଟକ ରେଳ ଷ୍ଟେସନ୍‌କୁ ଉତ୍ତମ ବୃହତ ପରିଚ୍ଛନ୍ନ ଷ୍ଟେସନ ଓ କୋରାପୁଟ ନିକଟସ୍ଥ ମାନବାର ରେଳଷ୍ଟେସନ୍‌କୁ ଉତ୍ତମ ଛୋଟ ପରିଚ୍ଛନ୍ନ ଷ୍ଟେସନ୍‌ ସିଲ୍‌ଡ ପ୍ରଦାନ କରାଯାଇଛି। ରେଳପଥର ବରିଷ୍ଠ ଉପମହାପ୍ରବନ୍ଧକ ହେମନ୍ତ କୁମାର ଦତ୍ତ ସ୍ୱାଗତ ଭାଷଣ ଦେଇ ରେଳସପ୍ତାହ ଉପରେ ଆଲୋକପାତ କରିଥିଲେ। ଉପମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe