ରାଇମୋହନଙ୍କ ମୃତ୍ୟୁ ମାମଲା: ଥାନାକୁ ଯାଇଥିଲେ କାହିଁକି?

Advertisment
ବଢୁଛି ଆତ୍ମହତ୍ୟା ପ୍ରବଣତା: ଶୁଣନ୍ତୁ ନିଜ ପରିଜନଙ୍କ କ୍ରାଏ ଫର ହେଲ୍ପର ସଙ୍କେତ, ନିଅନ୍ତୁ କାଉନସିଲରଙ୍କ ପରାମର୍ଶ

Hindustan Times

ଭୁବନେଶ୍ୱର : ଲୋକପ୍ରିୟ ଅଭିନେତା ରାଇମୋହନଙ୍କ ମୃତ୍ୟୁକୁ ୪ଦିନ ବିତିଯାଇଥିଲେ ମଧ୍ୟ ଘଟଣା ରହସ୍ୟ ହୋଇ ରହିଛି। ଏସବୁ ଭିତରେ ଆଉ ଏକ କଥା ସାମ୍ନାକୁ ଆସିଛି। ଆତ୍ମହତ୍ୟାର ଅଳ୍ପଦିନ ପୂର୍ବରୁ ରାଇମୋହନ ମଞ୍ଚେଶ୍ୱର ଥାନାକୁ ଯାଇଥିଲେ। ତେବେ ସେ କାହିଁକି ଥାନାକୁ ଯାଇଥିଲେ? ଥାନାରୁ ଆସିବା ପରେ ସେ ଚାପରେ ନଥିଲେ ତ? ଯାହାକୁ ନେଇ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ। ଏଭଳି କିଛି ପ୍ରଶ୍ନ ଉଙ୍କି ମାରିଛି।

ଡିସିପି ପ୍ରତୀକ ସିଂ କହିଛନ୍ତି ବ୍ୟକ୍ତିଗତ କାମ ପାଇଁ ରାଇମୋହନ ଥାନାକୁ ଯାଇଥିଲେ। ତା’ ସହିତ ଆତ୍ମହତ୍ୟାର କୌଣସି ସମ୍ପର୍କ ନାହିଁ। ସେ କେଉଁ କାରଣରୁ ଥାନାକୁ ଆସିଥିଲେ, ସେ ବିଷୟରେ କହିପାରିବୁ ନାହିଁ। ତେବେ ସେ ମାନସିକ ଚାପରେ ଥିବା ପରି ତଦନ୍ତରୁ ଜଣାପଡ଼ିଛି। ହେଲେ ସେସଂପର୍କରେ ତାଙ୍କ ପରିବାର ଲୋକେ ନିର୍ଦ୍ଦିଷ୍ଟ ଭାବେ କିଛି କହିପାରୁ ନାହାନ୍ତି। ମଞ୍ଚେଶ୍ୱର ଥାନା ଆଇଆଇସିଙ୍କ ଦ୍ୱାରା ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି। ପରିବାର, ପଡ଼ୋଶୀ, ଡ୍ରାଇଭର ଓ ପରିଚିତ ଲୋକଙ୍କୁ ପଚରାଉଚରା କରାଯାଇଛି। ମୃତ୍ୟୁ ପୂର୍ବରୁ ରାଇମୋହନଙ୍କ ବ୍ୟବହାର କେମିତି ଥିଲା? ତାଙ୍କ କଥାବାର୍ତ୍ତା କେମିତି ଥିଲା? ଏମିତି ଅନେକ ପ୍ରଶ୍ନ ପଚରାଯାଉଛି। ଏହାଛଡ଼ା ସାଇଣ୍ଟିଫିକ୍‌ ତଦନ୍ତ ମଧ୍ୟ ଚାଲୁଛି। ରାଇମୋହନଙ୍କ ଫୋନ ଜବତ କରାଯାଇଛି। ସେଥିରୁ କିଛି ସୁରାକ ମିଳିପାରେ ବୋଲି କହିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ, ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହେବ ବୋଲି ଡିସିପି କହିଛନ୍ତି।

publive-image

ରାଇଙ୍କ ଆଖି ପ୍ରତିରୋପଣ ହେଲା
ମୃତ୍ୟୁ ପରେ ବି ଅମର ହୋଇଯାଇଛନ୍ତି ରାଇମୋହନ। ତାଙ୍କ ଆଖିକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରେ ପ୍ରତିରୋପଣ କରାଯାଇଛି। ନିୟମ ଅନୁସାରେ, ସେହି ବ୍ୟକ୍ତିଙ୍କ ପରିଚୟକୁ ଗୋପନ ରଖାଯାଇଛି। ମୃତ୍ୟୁ ପୂର୍ବରୁ ରାଇମୋହନ ଚକ୍ଷୁଦାନ କରିବାକୁ ଇଚ୍ଛାପ୍ରକାଶ କରଥିଲେ। ମୃତ୍ୟୁ ପରେ ତାଙ୍କ ଆଖିକୁ ନେଇଥିଲେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ। ଗତ ୧୦ଦିନ ତଳେ ରାଜଧାନୀର ଏଲ୍‌ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟର ଜଣେ ମହିଳା ଟେକ୍‌ନିସିଆନଙ୍କୁ ସେ ତାଙ୍କ ଆଖିଦାନ ବିଷୟରେ କହିଥିଲେ। ତାଙ୍କ ମୃତ୍ୟୁ ପରେ ମହିଳା ଟେକ୍ନିସିଆନ୍‌ ଜଣକ ରାଇମୋହନଙ୍କ ପରିବାର ଲୋକଙ୍କୁ ଏ ବାବଦରେ କହିଥିଲେ। ଶେଷରେ ତାଙ୍କ ପରିବାର ରାଜି ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe