ଅସରାଏ ବର୍ଷାରେ ଅବସ୍ଥା ଏମିତି, ପୁଣି ଭାସିବ ବେହେରାସାହି!

Advertisment
ଅସରାଏ ବର୍ଷାରେ ଅବସ୍ଥା ଏମିତି, ପୁଣି ଭାସିବ ବେହେରାସାହି!

ଭୁବନେଶ୍ବର : କୃତ୍ରିମ ବନ୍ୟାର ହଟସ୍ପଟ୍ ଭାବେ ଜଣାଶୁଣା ନୂଆପଲ୍ଲୀରେ ଗତ ଶୁକ୍ରବାର କାଳବୈଶାଖୀ ବର୍ଷା ଯୋଗୁଁ ପୁଣି ଡ୍ରେନ୍ ପାଣି ଘରେ ପଶିଛି। ଦୀର୍ଘ ମାସ ଧରି ଡ୍ରେନ୍ କାମ ସରୁ ନଥିବାରୁ ଲୋକେ ଏହିଭଳି ହନ୍ତସନ୍ତ ହେଉଛନ୍ତି। ଅସରାଏ ବର୍ଷାରେ ଯଦି ଏଭଳି ପରିସ୍ଥିତି ଉପୁଜୁଛି, ତେବେ ସମ୍ଭାବ୍ୟ ବାତ୍ୟା ‘ୟାସ’ରେ ସ୍ଥିତି ଆହୁରି ସଙ୍ଗିନ ହୋଇଯିବ ବୋଲି ସ୍ଥାନୀୟ ଲୋକ ଆଶଙ୍କା ପ୍ରକାଶ କରିଛନ୍ତି।

ଗତକାଲି ବେହେରା ସାହିସ୍ଥିତ ଆଖଣ୍ଡଳମଣି ମନ୍ଦିର ପାଖରେ ଲୋକଙ୍କ ଘରେ ପାଣି ପଶିଥିଲା। ରୋଷେଇ ଘରୁ ଡ୍ରେନକୁ ସଂଯୋଗ ହୋଇଥିବା ପାଇପ୍‌ ବାଟେ ନାଳ ପାଣି ଘରକୁ ପଶିଥିଲା। ସାମାନ୍ୟ ବର୍ଷାରେ ଲୋକଙ୍କ ଘରେ ଆଣ୍ଠୁଏ ଉଚ୍ଚର ପାଣି ପଶିଥିଲା। ତେବେ ଏନେଇ ଲୋକେ ଠିକାଦାର ଉପରେ ମାଳମାଳ ଅଭିଯୋଗ ବାଢ଼ିଛନ୍ତି। ଠିକାଦାର ନିଜ ମନ ମୁତାବକ ମାସ ମାସ ଧରି ରାସ୍ତା ଖୋଳି ଦେଇ ପକାଇଥିବା ବେଳେ ଯାତାୟାତରେ ଅସୁବିଧା ହେଉଛି। କାମ ମଧ୍ୟ ହେଉନଥିବାରୁ ଅସରାଏ ବର୍ଷାରେ ଘରେ ପାଣି ପଶୁଛି। ଏଭଳି ପରିସ୍ଥିତିରେ କେମିତି ଘରେ ରହିବୁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏହି ଘଟଣା ପରେ ଡ୍ରେନେଜ୍ ବିଭାଗର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଗୌତମ ଚରଣ ଦାସ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିବା ସହ ଖୁବ୍ ଶୀଘ୍ର କାମ ସରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe