ରାତି ସାରା ବର୍ଷା : ନିଦ ହଜେଇଦେଲା,ପରିସ୍ଥିତି ବେହାଲ୍

ରାତି ସାରା ବର୍ଷା : ନିଦ ହଜେଇଦେଲା,ପରିସ୍ଥିତି ବେହାଲ୍

ଭୁବନେଶ୍ୱର : ଗତ ସନ୍ଧ୍ୟାରୁ ହୋଇଥିବା ବର୍ଷା ରାଜଧାନୀବାସୀଙ୍କ ନିଦ ହଜେଇ ଦେଇଛି। ବିଏମ୍‌ସିର ସମସ୍ତ ପ୍ରସ୍ତୁତି ସତ୍ତ୍ୱେ ରାସ୍ତାରେ ପାଣି ଜମିଛି। ଘରେ ବି ପାଣି ପଶିଛି। ସନ୍ଧ୍ୟା ୭ଟାରୁ ରାତି ୨ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗୋଟିଏ ମହଲା ଘର ପାଣିରେ ବୁଡ଼ି ଯାଇଛି। ସବୁଠାରୁ ଚର୍ଚ୍ଚାରେ ରହିଥିବା ଇସ୍କନ୍‌ ସମ୍ମୁଖରେ ୧୦ ଫୁଟର ପାଣି ଜମିଛି। ବଭିନ୍ନ ସ୍ଥାନରେ ଖାଲଖମାରେ ପଡ଼ି ୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଲୋକଙ୍କ ଘରେ ପାଣି ପଶିଥିବାରୁ କେହି ଶୋଇ ପାରି ନାହାନ୍ତି।

publive-image

ବର୍ଷା ପାଣିରୁ ରକ୍ଷା ପାଇବା ପାଇଁ ଜୟଦେବ ବିହାରର ଜଣେ ଲୋକ ନିଜ ଘରକୁ ୪ ଫୁଟ୍‌ ଉପରକୁ ଉଠାଇଥିଲେ। ଏବେ ସେହି ଘରେ ଫୁଟେ ଉଚ୍ଚର ପାଣି। ଓ୍ଵାର୍ଡ୍‌ ନମ୍ବର ୨୯ର ବାୟାବାବା ଲେନ୍‌, ଶନିମନ୍ଦିର ବସ୍ତି, ଭୋଇ ନଗର, ଶୁକ ବିହାର ଅଞ୍ଚଳର ଲୋକେ ଜଳବନ୍ଦୀ ହୋଇଛନ୍ତି। ବାଣୀବହାରରୁ ଆଚାର୍ଯ୍ୟ ବିହାର ରାସ୍ତା ଉପରେ ୩ ଫୁଟର ପାଣି। ଇସ୍କନ୍‌, ନୂଆସାହି, ବାଲିତୋଟା ସାହି, ବେହେରା, ସାଲିଆ ସାହି, ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟ, ରେଣ୍ଟାଲ କଲୋନି, ଶିଶୁ ଭବନ ଛକ, ଗଙ୍ଗନଗର ଛକ, ବିମାନବନ୍ଦର ଛକ, ଆପୋଲ ହସ୍ପିଟାଲ ଛକରେ ବି ପାଣି ଜମିଛି। ଶ୍ରୀୟା ଛକ ନିକଟରେ ଥିବା ଫଳ ମାର୍କେଟରେ ପାଣି ପଶିବାରୁ ଲକ୍ଷାଧିକ ଟଙ୍କାର ଫଳ ନଷ୍ଟ ହୋଇଛି।

ଚନ୍ଦ୍ରଶେଖରପୁର ଅଞ୍ଚଳର ଡମଣା, ନନ୍ଦନ ବିହାର, ଶୈଳଶ୍ରୀ ବିହାର ଅଞ୍ଚଳ ପାଣି ଘେରରେ ରହିଛି। ବମିଖାଲ ଓଭରବ୍ରିଜ୍‌ ତଳେ ୩ ଫୁଟର ପାଣି ଜମି ରହିଛି। ନିଗମାନନ୍ଦନଗର, ଜଗନ୍ନାଥ ନଗର, ଜିଜିପି କଲୋନି, ଅଶୋକ ନଗର, କଟକ ରୋଡ୍‌ରେ ୩ରୁ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। କିଛି ସ୍ଥାନରେ ରାସ୍ତା ବୁଡ଼ି ଯିବା ହେତୁ ଲୋକଙ୍କ ଗାଡ଼ିରେ ପାଣି ପଶିଯାଇଥିବା ଖବର ମିଳିଛି। ପ୍ଲାଏ ଓଭର୍‌ ବ୍ରିଜ୍‌ ତଳ ରାସ୍ତାରେ ଗାଡ଼ି ମଟର ଚଳାଚଳ ଏକପ୍ରକାର ବନ୍ଦ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe