ମୌସୁମୀ ଆସିଲା, ଭିଜେଇଲା

Advertisment
ମୌସୁମୀ ଆସିଲା, ଭିଜେଇଲା

ଭୁବନେଶ୍ବର: ଓଡ଼ିଶାକୁ ଓହ୍ଲାଇଛି ମୌସୁମୀ। ଏହାର ପ୍ରଭାବରେ ଗତକାଲିଠୁ ବିଳମ୍ବିତ ରାତିଯାଏଁ ଭିଜିଛି ରାଜଧାନୀ। ଫଳରେ ସହରର ତାପମାତ୍ରା ପ୍ରାୟ ୩ ଡିଗ୍ରି ହ୍ରାସ ପାଇଛି। ଗତକାଲି ତାପମାତ୍ରା ୩୦.୫ ଡିଗ୍ରି ଥିବା ବେଳେ ଆଜି ସର୍ବୋଚ୍ଚ ତାପମାତ୍ରା ୨୭.୭ ଡିଗ୍ରିକୁ ଖସି ଆସିଛି। ଏଥିସହ ସର୍ବନିମ୍ନ ତାପମାତ୍ରା ୨୨.୪ ଡିଗ୍ରିକୁ ଖସିଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୪୩.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆଜି ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ସହରରେ ୧୯.୩ ମିଲିମିଟର ବର୍ଷା ହୋଇଛି। ଫଳରେ ସହରର ବିଭିନ୍ନ ଗଳିକନ୍ଦି ରାସ୍ତାରେ ପାଣି ଜମି ରହିଥିଲା। ବିନା ଛତାରେ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଥିଲା। ଦୀର୍ଘଦିନ ଧରି ପ୍ରବଳ ତାପମାତ୍ରାରେ କଲବଲ ହେବା ପରେ ମୌସୁମୀ ଏଥିରେ କିଛିଟା ଆଶ୍ବସ୍ତି ଆଣିଛି। ମାତ୍ର ବର୍ଷା ଜନିତ ଯନ୍ତ୍ରଣାରୁ ତ୍ରାହି ମିଳିପାରିନି। ଏଣେ ବିଏମ୍‌ସି ନାଳ ଖୋଳା ଅଭିଯାନ ଚାଲୁ ରଖିଥିବାରୁ ନାଳରୁ ବାହାରୁଥିବା ବର୍ଜ୍ୟ ପୁଣି ଭାସି ନାଳରେ ମିଶିଛି। ତୁହାକୁ ତୁହା ବର୍ଷା ଯୋଗୁ ବାରମ୍ବାର ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେଉଥିବାରୁ ରାଜଧାନୀବାସୀଙ୍କୁ କଲବଲ ହେବାକୁ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe