ଇସ୍କନ୍‌ ମନ୍ଦିର ସମ୍ମୁଖରେ ଅଣ୍ଟାଏ ପାଣି, ଘଣ୍ଟାଏ ବିଳମ୍ବରେ ଟଣା ହେଲା ରଥ

ଇସ୍କନ୍‌ ମନ୍ଦିର ସମ୍ମୁଖରେ ଅଣ୍ଟାଏ ପାଣି, ଘଣ୍ଟାଏ ବିଳମ୍ବରେ ଟଣା ହେଲା ରଥ

ଭୁବନେଶ୍ୱର: ମୁସଲଧାରା ବର୍ଷା ଯୋଗୁଁ ଭୁବନେଶ୍ୱରର ଅନ୍ୟତମ ଆଧ୍ୟାତ୍ମିକ ସ୍ଥଳ ଇସ୍କନ୍‌ ମନ୍ଦିର ସମ୍ମୁଖରେ ଶନିବାର ଅପରାହ୍ନରେ ଅଣ୍ଟାଏ ପାଣି ହୋଇ ଯାଇଥିଲା। ଫଳରେ ରଥା ଟଙ୍କା ଏକ ଘଣ୍ଟା ବିଳମ୍ବରେ ଆରମ୍ଭ କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଇସ୍କନ ମନ୍ଦିରରେ ସାଢ଼େ ୩ଟାରେ ରଥ ଟଣା କାର୍ଯ୍ୟ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମଧ୍ୟାହ୍ନ ସମୟରେ ବର୍ଷା ଆରମ୍ଭ ହୋଇ ଯାଇଥିଲା। ଅପରାହ୍ନ ୨ଟା ବେଳକୁ ପ୍ରବଳ ବର୍ଷା ହେବା ଫଳରେ ଇସ୍କନ ମନ୍ଦିର ସମ୍ମୁଖ ଦେଇ ଯାଇଥିବାର ରାସ୍ତାରେ ଅଣ୍ଟାଏ ପାଣି ଭର୍ତ୍ତି ହୋଇଯାଇଥିଲା। ଫଳରେ ରଥଟଣା କାର୍ଯ୍ୟ ପ୍ରଭାବିତ ହୋଇଥିଲା।

publive-image

ବର୍ଷା ଜଳରେ ଦୁଇ ଚକିଆ ଯାନବାହାନ ଗୁଡ଼ିକ ବୁଡ଼ି ଯାଇଥିବା ଦେଖାଯାଇଥିଲା। ପରେ ଦମକଳ ବାହିନୀର ଗୋଟିଏ ମୋଟର ଓ ଭୁବନେଶ୍ୱର ମହାନଗର ନିଗମର ୨ଟି ମୋଟର ଦ୍ୱାରା ଜଳ ନିଷ୍କାସନ କରାଯାଇଥିଲା। ଶେଷରେ ଅପରାହ୍ନ ପ୍ରାୟ ସାଢ଼େ ବିପରୀତ ରାସ୍ତାରେ ତିନି ଠାକୁରଙ୍କୁ ସିଆରପି ଛକ, ୮ ନମ୍ବର ଡିଏଭି ସ୍କୁଲ ଦେଇ ମାଉସୀ ଘରକୁ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe