ଖୋଲିଲା ରାଜଭବନ ଉଦ୍ୟାନ, ବୁଲିଲେ ୪ ହଜାର ପର୍ଯ୍ୟଟକ

ବୁଲିଲେ ୪ ହଜାର ପର୍ଯ୍ୟଟକ

ଖୋଲିଲା ରାଜଭବନ ଉଦ୍ୟାନ, ବୁଲିଲେ ୪ ହଜାର ପର୍ଯ୍ୟଟକ

ଭୁବନେଶ୍ବର: ପଲପଲ ହରିଣଙ୍କ ଡିଆଁଡେଇଁ ସାଙ୍ଗକୁ ସନ୍ତରଣରତ ରଙ୍ଗବେରଙ୍ଗ ମାଛ। ଛୋଟ ଏକ ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିଲା। ଅପରାହ୍‌ଣର ସୁନେଲି ଖରା ସହ ପାଣିର ଫୁଆରାର ଅଙ୍କାବଙ୍କା ଖେଳ ଓ ସବୁଜିମା ଘାସ ଗାଲିଚା ଟାଣି ନେଉଥିଲା ସ୍ବପ୍ନର ଦୁନିଆ‌କୁ। ନାଲି, ହଳଦିଆ, ଗୋଲାପି ଓ ନାରଙ୍ଗୀ ରଙ୍ଗର ଫୁଲର ସମ୍ଭାରକୁ ଅପଲକ ନୟନରେ ଚାହିଁ ରହୁଥିଲେ ପ୍ରକୃତପ୍ରେମୀ। କିଏ ପ୍ରକୃ୍ତିର ଏହି ସୌନ୍ଦର୍ଯ୍ୟକୁ ଆଖି ପୂରେଇ ଦେଖି ନେଉଥିଲା ତ’ କିଏ କ୍ୟାମେରା ଲେନ୍ସରେ ବାନ୍ଧି ଦେଉଥିଲା। ଏମିତି ଏକ ଅବକାଶ ଆଜି ନେଇ ଆସିଥିଲା ରାଜଭବନ ଉଦ୍ୟାନ। ସର୍ବସାଧାରଣଙ୍କ ନିମନ୍ତେ ଆଜିଠାରୁ ଏହି ଉଦ୍ୟାନ ଖୋଲିଛି। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍‌ଣ ୨ଟାରୁ ସାଢେ଼ ୪ଟା ପର୍ଯ୍ୟନ୍ତ ଖୋଲା ରହିବ।

‌‌‌‌‌‌‌‌ଲୋକଙ୍କ ସହ ଉଦ୍ୟାନ ବୁଲିଲେ ରାଜ୍ୟପାଳ
ଉଦ୍ୟାନ ଫାଟକ ଖୋଲୁ ଖୋଲୁ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌ଙ୍କ ଉପସ୍ଥିତି ଦର୍ଶକଙ୍କୁ ଉତ୍ସାହିତ କରିଥିଲା। କଡ଼ା ସୁରକ୍ଷା ବଳୟରେ ରହୁଥିବା ରାଜ୍ୟପାଳ ଲୋକଙ୍କ ସହ ମିଶିଥିଲେ। ଉଦ୍ୟାନ ବୁଲିବା ସହ ହସଖୁସି ଓ ବାର୍ତ୍ତାଳାପ କରିଥିଲେ। ଲୋକମାନେ ବି ତାଙ୍କ ସହ ସେଲ୍‌ଫି ନେବାର ଅବସର ହାତଛଡ଼ା କରିନଥିଲେ। ରାଜ୍ୟର ପ୍ରଥମ ମହିଳା ଅର୍ଥାତ୍‌ ରାଜ୍ୟପାଳଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ଉଭୟ ପିଲାମାନଙ୍କୁ ଚକୋଲେଟ୍‌, ପେନ୍‌ ପେନ୍‌ସିଲ୍‌ ଆଦି ବାଣ୍ଟିଥିଲେ। ପିଲାମାନଙ୍କୁ ଡାକି କରି ସେମାନଙ୍କ ସେଲ୍‌ଫି ନେବାର ଇଚ୍ଛାକୁ ବି ପୂର୍ଣ୍ଣ କରିଥି‌‌ଲେ।

publive-image

ମୟୂର, ବତକ ସହ ଉଦ୍ୟାନର ମୁଖ୍ୟ ଆକର୍ଷଣ ସାଜିଥିବା ଫୁଲ ଉଦ୍ୟାନରେ ଦେଖିବାକୁ ମିଳିଥିଲା ୩୯ କିସମର ଫୁଲ। ବେଙ୍ଗାଲୁରୁରୁ ଅନେକ ଫୁଲର ଚାରା ମଗାଯାଇଥିବା ବେଳେ କିଛି ଚାରା ସ୍ଥାନୀୟ ନର୍ସରି ଏବ˚ ଆଉ କିଛି ମାଳି ଉଦ୍ୟାନ ମଧୢରେ ପ୍ରସ୍ତୁତ କରିଥିଲେ। ୧୨ଜଣ ମାଳି ଏହି ଫୁଲ ବଗିଚାକୁ ବେଶ୍‌ ଆକର୍ଷଣୀୟ ଢଙ୍ଗରେ ସଜେଇ ରଖିଥିଲେ। ବିଭିନ୍ନ କିସମର ଗୋଲାପ ସାଙ୍ଗକୁ ପିଟୁନିଆ, ଗ୍ଲାଡିଓଲି, ଏଜେଲିଆ, କେଲେଣ୍ତୁଲା, ଡାଲିଆ, ବିଭିନ୍ନ ପ୍ରକାରର ଗେଣ୍ଡୁ ଓ ସେବତୀ ଉଦ୍ୟାନର ଶୋଭାବର୍ଦ୍ଧନ କରୁଛି। ରବିବାର ଛଡ଼ା ପ୍ରତ୍ୟେକ ଦିନ ସକାଳ ସାଢ଼େ ୮ଟାରୁ ୧୦ଟା ମଧ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ୟାନ ଖୋଲା ରହିବ।publive-image

ରାଜଭବନ ଉଦ୍ୟାନ ଖୋଲିବାର ପ୍ରଥମ ଦିନରେ ପ୍ରାୟ ୪ ହଜାର ପର୍ଯ୍ୟଟକ ଏହାକୁ ଉପଭୋଗ କରିଛନ୍ତି। ପୂର୍ବ ନିର୍ଧାରିତ କାର୍ଯ୍ୟସୂଚୀ ମୁତାବକ, ଆଜି ଦିନ ୨ଟାରେ ରାଜଭବନ ଫାଟକ ଖୋଲିବା ପୂର୍ବରୁ ବାହାରେ ଭିଡ଼ ଜମିବା ଆରମ୍ଭ ହୋଇଯାଇଥିଲା। କିଏ ରାଜଭବନ ଅଭ୍ୟର୍ଥନା ପ୍ରକୋଷ୍ଠ ନିକଟରେ ରେଜିଷ୍ଟର ମାଧ୍ୟମରେ ପ୍ରବେଶ ପତ୍ର ସଂଗ୍ରହରେ ବ୍ୟସ୍ତ ଥିଲା ତ’ ଆଉ କିଏ ‘ରାଜଭବନ ଓଡ଼ିଶା’ ମୋବାଇଲ୍‌ ଆପ୍‌ରୁ ପୂର୍ବରୁ କ୍ୟୁଆର୍‌ କୋଡ୍‌ ପ୍ରବେଶ ପତ୍ର କାଢ଼ି ଉଦ୍ୟାନକୁ ପ୍ରବେଶ କରିବାକୁ ପ୍ରସ୍ତୁତ ଥିଲେ। ଫାଟକ ଖୋଲିବା କ୍ଷଣି ପର୍ଯ୍ୟଟକଙ୍କ ମଧୢରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe