ଏସ୍‌ପ୍ଲାନେଡ ୱାନ ମଲ୍‌‌ରେ ରଜ ପ୍ରସ୍ତୁତି

Advertisment
ଏସ୍‌ପ୍ଲାନେଡ ୱାନ ମଲ୍‌‌ରେ ରଜ ପ୍ରସ୍ତୁତି

ଭୁବନେଶ୍ବର: ଏସ୍‌ପ୍ଲାନେଡ ୱାନ ମଲ୍‌ ଆରମ୍ଭ ହେବା ପରଠାରୁ ବିଭିନ୍ନ ପର୍ବପର୍ବାଣିକୁ ସ୍ବତନ୍ତ୍ର ଭାବେ ପାଳନ କରାଯାଉଛି। ଏହି ଅବସରରେ ରଜ ଉତ୍ସବ ପାଳନ ପାଇଁ ମଲ୍‌ରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ମହିଳାମାନଙ୍କ ପାଇଁ ଷ୍ଟୋରକୁ ଅଧିକ ଚିତ୍ତାକର୍ଷକ କରାଯାଇଛି। ସମସ୍ତଙ୍କ ପାଇଁ ଖାଦ୍ୟ ଓ ଫେସନ ବ୍ରାଣ୍ଡରେ ରିହାତି ବ୍ୟବସ୍ଥା ହୋଇଛି। ବିଶେଷକରି ସବୁ ବୟସର ଝିଅମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ମଲ୍‌କୁ ପ୍ରସ୍ତୁତ କରାଯାଇଛି। ରଜକୁ ସ୍ବାଗତ କରିବା ପାଇଁ ସାଜସଜ୍ଜା ଆରମ୍ଭ ହୋଇଯାଇଛି। ମଲ୍‌ର ମୁଖ୍ୟ ପ୍ରବେଶ ଦ୍ବାରରେ ଏକ ୬୦ ଫୁଟ୍‌ ଉଚ୍ଚତାର ଡାଇନୋସର ଗ୍ରାହକ ଓ ଅତିଥିଙ୍କୁ ସ୍ବାଗତ କରିବ। ମଲ୍‌ର କେନ୍ଦ୍ରସ୍ଥଳରେ ପ୍ରବେଶ କରିବା ମାତ୍ରେ ସାବକ ସହ ଏକ ବିଶାଳକାୟ ଡାଇନୋସର ଗ୍ରାହକଙ୍କ ଚାରିପଟେ ବୁଲି ଅଭିନନ୍ଦନ ଜଣାଇବ। ରଜ ପାଇଁ ପ୍ରଦାନ କରାଯିବାକୁ ଥିବା ବିଶେଷ ରିହାତି ଉପର ମହଲାରେ ପ୍ରସ୍ତୁତ କରାଯାଇଥିବା ଏକ ଗଛରେ ପ୍ରଦର୍ଶିତ ହେବ। ଏ ସମ୍ପର୍କରେ ଏସ୍‌ପ୍ଲାନେଡ ୱାନ ମଲ୍‌ର କେନ୍ଦ୍ର ନିର୍ଦେଶକ ପାର୍ଥ ପ୍ରତୀମ ନାୟକ କୁହନ୍ତି, ସ୍ଥାନୀୟ ଅଞ୍ଚଳର ପର୍ବପର୍ବାଣିକୁ ନୂଆ ସଂଜ୍ଞା ‌ଦେବା ପାଇଁ ଆମେ ପ୍ରୟାସ କରିଆସୁଛୁ। ତିନିଦିନିଆ ରଜ ଉତ୍ସବ ପାଇଁ ମହିଳାମାନଙ୍କ ପାଇଁ ବିଶେଷ ରିହାତି ସହ ବ୍ୟାପକ ଆୟୋଜନ କରାଯାଇଛି। ଏଠାରେ ଲୋକମାନେ ସପିଂ କରିବା ସହ ଭାବର ଆଦାନ ପ୍ରଦାନ କରିପାରୁଛନ୍ତି। ସବୁ ବର୍ଗର ଗ୍ରାହକ ଯେପରି ସୁବିଧା ପାଇବେ ସେଥିପ୍ରତି ଆମେ ଯତ୍ନବାନ। ରଜ ଉତ୍ସବ ଏଠାରେ ସମସ୍ତଙ୍କୁ ଏକ ନିଆରା ଅନୁଭୂତି ଦେବ ବୋଲି ଆଶାବାଦୀ ଥିବା ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe