ଭୁବନେଶ୍ୱର : ଭାରତୀୟ ବିଦ୍ୟାଭବନ ଓ ଇମ୍ଫୋସିସ୍ ଫାଉଣ୍ଡେସନ୍ର ମିଳିତ ସହଯୋଗରେ ଲୁପ୍ତପ୍ରାୟ ଲୋକକଳାର ୪୯ତମ ସନ୍ଧ୍ୟା ସ୍ଥାନୀୟ ବିଦ୍ୟାଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ନସିପୁର ମୂଳବସନ୍ତ ଓ ଗୋପାଳ ଦାସ ମେମୋରିଆଲ୍ କଲଚରାଲ୍ ଅର୍ଗାନାଇଜେସନ୍ ପକ୍ଷରୁ ‘ରଜ ମଉଜ’ ପରିବେଷଣ କରାଯାଇଥିଲା। ଓଡ଼ିଶାରେ ପାଳିତ ହେଉଥିବା ଅନେକ କୃଷିଭତ୍ତିିକ କାର୍ଯ୍ୟକ୍ରମ ମଧ୍ୟରେ ରଜ ଉତ୍ସବ ଅନ୍ୟତମ। ଏହା ଆଷାଢ଼ ମାସର ପ୍ରଥମ ୩ଦିନ ଧରି ପାଳନ କରାଯାଏ। ମୁଖ୍ୟତଃ ଏହା ଝିଅମାନଙ୍କର ପର୍ବ। ରଜପର୍ବର ରଜଦୋଳି ପାରମ୍ପରିକ ଲୋକଗୀତ ଆଧାରରେ ପ୍ରସ୍ତୁତ ହୋଇଥିଲା ଏହି ରଜ ମଉଜ। ରଜ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀମାନେ। ‘ରଜ ମଉଜ’କୁ ରଚନା କରିଥିଲେ ସୁଶାନ୍ତ କୁମାର ପାଣି। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମନ୍ମଥ କୁମାର ଶତପଥୀ।
ଭାରତୀୟ ବିଦ୍ୟାଭବନ ଓ ଇମ୍ଫୋସିସ୍ ଫାଉଣ୍ଡେସନ୍ ପକ୍ଷରୁ ‘ରଜ ମଉଜ’
Advertisment
Follow Us