ରାଜାରାଣୀ ସଂଗୀତ ମହୋତ୍ସବ : ଘଟମ୍‌ରେ ୩ ପିଢ଼ିର ଚମତ୍କତ ସ୍ୱର

Advertisment
ରାଜାରାଣୀ ସଂଗୀତ ମହୋତ୍ସବ : ଘଟମ୍‌ରେ ୩ ପିଢ଼ିର ଚମତ୍କତ ସ୍ୱର

ଭୁବନେଶ୍ୱର : ଘଟମ୍‌ର ତାଳପକା ଗୁଞ୍ଜରଣ ଆଙ୍କି ଦେଇଥିଲା ଶିବ ତାଣ୍ଡବର ଚିତ୍ର। ସାତ ତାଳରେ ଘଟମ୍‌ ଉପରେ ନାଚୁଥିଲା ତାଙ୍କ ଅଙ୍ଗୁଳି। ସ୍ଥାପତ୍ୟ ସମ୍ମୁଖରେ ଭିକ୍କୁ ଭିନାୟକରମ୍‌ଙ୍କ ସଂଗୀତର ଏହି ମଧୁର ମୂର୍ଚ୍ଛନା ରାଜାରାଣୀ ପରିବେଶରେ ରଙ୍ଗ ଭରି ଦେଇଥିଲା। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭିକ୍କୁଙ୍କ ଘଟମ୍‌ ବାଦନ ଥିଲା ମୁଖ୍ୟ ଆକର୍ଷଣ। ବିଶେଷତ୍ୱ ଥିଲା ଭିକ୍କୁଙ୍କୁ ୩ ପିଢ଼ି ଦ୍ୱାରା ଏକାଠି ସଂଗୀତ ପରିବେଷଣ। ଘଟମ୍‌ ବାଦନରେ ସହଯୋଗ କରିଥିଲେ ତାଙ୍କର ପୁତ୍ର ଭି. ସେଲଭାଗଣେଶ, ନାତି ଏସ୍‌. ସ୍ୱାମିନାଥନ୍‌ ଏବଂ ଏ. ଗଣେଶନ୍‌ ।

ପ୍ରଥମ ଭାଗରେ କଣ୍ଠଶିଳ୍ପୀ ମାତୃପ୍ରସାଦ ଦାସ ଏବଂ ହିମାଂଶୁ ଶେଖର ସ୍ୱାଇଁ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭବକୁ ପରିବେଷଣ କରିଥିଲେ। ‘ମଧୁରେ ମନ୍ଦ ମନ୍ଦ ହୋଇ ଗନ୍ଧବହ ପ୍ରସରିଲା.., ‘ମଧୁ ମଳୟ ମନ୍ଦ ବହିଲାରେ..., ‘ରାଧେ ଅନାଅ ଗୋ.. ଭଳି ପ୍ରବନ୍ଧକୁ ସ୍ୱରରେ ଗୀତ ଆକାରରେ ତୋଳି ଧରିଥିଲେ ଶିଳ୍ପୀଦ୍ୱୟ। ସଂଗୀତାଂଶେ ବୁଦ୍ଧନାଥ ସ୍ୱାଇଁ, ସୁରେନ୍ଦ୍ର କୁମାର ତ୍ରିପାଠୀ, ଅମିତ୍‌ କୁମାର ଦାସ ଏବଂ ସୀତାକାନ୍ତ ଜେନା ସହଯୋଗ କରିଥିଲେ।

ମର୍ଦଳ ବାଦକ ସଚ୍ଚିଦାନନ୍ଦ ଦାସ ଏବଂ ପର୍ଯ୍ୟଟନ ବିଭାଗର ସହ ନିର୍ଦ୍ଦେଶକ ସୁନିଲ କୁମାର ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସଙ୍ଗୀତା ଗୋସାଇଁ ଓ ଭିଦୁଲା ରାମଲକ୍ଷ୍ମୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe