ପେଟ୍ରୋଲ୍‌ ଟାଙ୍କି ଅଗ୍ନିକାଣ୍ଡ ଘଟଣା: ରାଜଭବନ ଛକରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଯିବା ଆସିବା ଉପରେ କଟକଣା ଜାରି

Advertisment
ପେଟ୍ରୋଲ୍‌ ଟାଙ୍କି ଅଗ୍ନିକାଣ୍ଡ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜଧାନୀର ମୁଖ୍ୟସ୍ଥଳୀ ରାଜଭବନ ଛକ ନିକଟରେ ଥିବା ପେଟ୍ରୋଲ୍‌ ପମ୍ପରେ ନିଆଁ ଲାଗି ବିରାଟ ବିସ୍ଫୋରଣ ଘଟଣାରେ କମିସନରେଟ୍‌ ପୁଲିସ ରାଜଭବନ ଛକଠାରୁ ଗୋପବନ୍ଧୁ ଛକ ଯାଏଁ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରିଛି। ସ୍ଥିତାବସ୍ଥା ଫେରିବା ପର୍ଯ୍ୟନ୍ତ ଲୋକେ ଉଭୟ ପାର୍ଶ୍ୱରୁ ଯାତାୟତ ପାଇଁ ବିକଳ୍ପ ରାସ୍ତା ବାଛନ୍ତୁ ବୋଲି କମିସନରେଟ ପୁଲିସ ପକ୍ଷରୁ ଟୁଇଟ୍‌ ଜରିଆରେ ସୂଚନା ଦିଆଯାଇଛି।

ଏହା ପୂର୍ବରୁ କମିସନରେଟ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି। ଏଥି ସହିତ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଘଟଣାକୁ ନେଇ ଏକ ଅପରାଧିକ ମାମଲା ରୁଜୁ ହୋଇଛି।

ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଆଜି ମଧ୍ୟାହ୍ଣ ୧ଟା ୨୦ରେ ପେଟ୍ରୋଲ୍‌ ପମ୍ପରେ ଏହି ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟଣା ଘଟିଥିଲା। ଏହି ସମୟରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଟାଙ୍କି ଥିଲା। ଏଲ୍‌ପିଜି ଟାଙ୍କିରେ ନିଆଁ ଲାଗିବାରୁ ବିସ୍ଫୋରଣ ହୋଇଥିଲା। ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ଲିମିଟେଡ (ଆଇଓସିଏଲ୍‌) ଅଧିକାରୀଙ୍କ ସହିତ ଏ ନେଇ ଆଲୋଚନା ହୋଇଛି। ବାକି ଥିବା ଗ୍ୟାସ୍‌କୁ ପମ୍ପ କରି ଏଠାରୁ ନେଇଯିବା ପାଇଁ ମଧ୍ୟ କଥା ହୋଇଛି। ବାଲେଶ୍ୱରରୁ ଗାଡ଼ି ଆସିବା ପରେ ଗ୍ୟାସ୍‌ ପମ୍ପ କରି ନେଇଯିବ। ତେଣୁ ଯେହେତୁ ବିପଦ ଟଳି ନାହିଁ, ଲୋକେ ସତର୍କ ରୁହନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

publive-image

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ଲୋକଙ୍କର ସୁରକ୍ଷା ପାଇଁ ସତର୍କ ସୂଚନା ଦିଆଯାଇଛି। ଏଭଳି ବିପଦ ସମୟରେ ଲୋକେ ଘରୁ ନ ବାହାରିଲେ ଭଲ ବୋଲି ସେ କହିଛନ୍ତି। କାରଣ ଏବେ ପେଟ୍ରୋଲ ଟାଙ୍କି ନିକଟରେ ବିଭିନ୍ନ ପ୍ରକାରର ବିସ୍ଫୋରକ ପଦାର୍ଥ ପଡ଼ି ରହିଛି। ତେଣୁ ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ଆଇଓସିଏଲ୍‌ ଟିମ୍‌ ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କିନ୍ତୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଏଥିରେ କାହାରି ମୃତ୍ୟୁ ହୋଇନାହିଁ ବୋଲି ସେ କହିଛନ୍ତି। ରାଜଧାନୀର ଏଜି ଛକଠାରୁ ରାଜଭବନ ଛକ, ରାଜଭବନଛକରୁ ଗୋପବନ୍ଧୁ ଛକ ଏବଂ ପାୱାର ହାଉସ୍‌ ଛକଠାରୁ ରାଜଭବନ ଛକ ପର୍ଯ୍ୟନ୍ତ ରାସ୍ତାକୁ ସିଲ୍‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe