ରାଜଧାନୀ ହେବ ଶିଶୁ ଶ୍ରମିକ ମୁକ୍ତ ସହର

Advertisment

ଚାଇଲ୍‌ଡ ଲାଇନ୍‌ର ନଗର ପରିକ୍ରମା ଅଭିଯାନ ଆରମ୍ଭ

ଚାଇଲ୍‌ଡ ଲାଇନ୍‌ର ନଗର ପରିକ୍ରମା ଅଭିଯାନ ଆରମ୍ଭ

ରାଜଧାନୀ ହେବ ଶିଶୁ ଶ୍ରମିକ ମୁକ୍ତ ସହର

adeeldaniel - WordPress.com

ଭୁବନେଶ୍ବର: ଆଜି ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ, କମିସନରେଟ୍‌ ପୁଲିସ ଓ ଭୁବନେଶ୍ବର ଚାଇଲ୍‌ଡଲାଇନ୍‌ ପକ୍ଷରୁ ଏଜିଛକଠାରେ ନଗର ପରିକ୍ରମା ଅଭିଯାନ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆଜିଠାରୁ ୧୦ ଦିନ ଧରି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଓ ସାଧାରଣ ଜନତାଙ୍କ ମଧ୍ୟରେ ଶିଶୁ ଶ୍ରମିକ ପ୍ରଥା ବିଲୋପ କରିବା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବ। ଆଜି କ୍ୟାପିଟାଲ୍‌ ଥାନା ଅଞ୍ଚଳର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ବୁଲି ସଚେତନତା କରାଯାଇଥିଲା।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କାର୍ଯ୍ୟକ୍ରମ ଉଦ୍‌ଘାଟନ କରି କହିଛନ୍ତି ଯେ ରାଜଧାନୀକୁ ଶିଶୁ ଶ୍ରମିକ ମୁକ୍ତ କରିବାରେ ଏହି ପଦକ୍ଷେପ ସହାୟକ ହେବ। ସମ୍ମାନିତ ଅତିଥି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ଚାଇଲ୍‌ଡଲାଇନ୍‌ ଓ କମିସନରେଟ ପୁଲିସ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଅହରହ ଚେଷ୍ଟା ଜାରି ରଖିଛି। ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ କହିଥିଲେ, ଶିଶୁ ଶ୍ରମିକ ପ୍ରଥାକୁ ବିଲୋପ କରିବାକୁ ହେଲେ ପୁଲିସ, ଚାଇଲ୍‌ଡ ଲାଇନ୍‌, ଶ୍ରମ ବିଭାଗ, ଶିକ୍ଷା ବିଭାଗ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କର ମିଳିତ ସହଯୋଗ ଦରକାର।

ଚାଇଲ୍‌ଡ ଲାଇନ୍‌ ନିର୍ଦ୍ଦେଶକ ବେଣୁଧର ସେନାପତି କହିଲେ ଯେ ରାଜଧାନୀରେ ପ୍ରାୟ ୧୦ ହଜାରରୁ ଅଧିକ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ଉଦ୍ଧାର କରି ଥଇଥାନ କରିବାର ବ୍ୟବସ୍ଥା କରାଯିବ। ଆଜିର ଉତ୍ସବରେ ଶ୍ରମ କମିସନର ଏନ୍‌ ତିରୁମାଲା ନାୟକ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଡିସିପି ବାନାମ୍ବର ସେଠୀ, ପୁଲିସ ଜୋନ୍‌ର ଏସିପି ଓ ଆରକ୍ଷୀ ନିରୀକ୍ଷକ, ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ଚାଇଲ୍‌ ଡଲାଇନ୍‌ କର୍ମକର୍ତ୍ତା ଓ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe