ମହିଁଷାଖାଲ ରାଜୀବ ଆବାସରେ ରହିଲେ ୭୯ ବସ୍ତି ପରିବାର

Advertisment
ମହିଁଷାଖାଲ ରାଜୀବ ଆବାସରେ ରହିଲେ ୭୯ ବସ୍ତି ପରିବାର

ଭୁବନେଶ୍ୱର: ବିଏମ୍‌ସି ପକ୍ଷରୁ ରାଜୀବ ଆବାସ ଯୋଜନାରେ ମହିଁଷାଖାଲରେ ନିର୍ମାଣ ହୋଇଥିବା ୭୬୦ଟି ଘରରୁ ୭୯ଟି ଘର ଆବଣ୍ଟନ ହୋଇଛି। ଏହି ହିତାଧିକାରୀମାନେ ଆଜି ଆନୁଷ୍ଠାନିକ ଭାବେ ଏଠାରେ ଗୃହ ପ୍ରବେଶ କରିଛନ୍ତି। ବାକି ଘରଗୁଡ଼ିକୁ ଖୁବ୍‌ ଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ଆବଣ୍ଟନ ହେବ ଏବଂ ହିତାଧିକାରୀମାନେ ଆବଶ୍ୟକ ଅର୍ଥ ଜମା କଲେ ସେମାନଙ୍କୁ ଘରେ ରହିବାକୁ ଅନୁମତି ମିଳିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।
ଆଜି ବିଜେଡି ପକ୍ଷରୁ ମହିଁଷାଖାଲରୁ ପଦଯାତ୍ରା ଆରମ୍ଭ ହୋଇଥିବାବେଳେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ବସ୍ତି ବାସିନ୍ଦାମାନେ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ନୂଆ ଘର ନିକଟରେ ପାଇ ବହୁତ ଖୁସି ହୋଇ ଯାଇଥିଲେ। ଆଉ ଘରର ଛାତ ଉପରୁ ତାଙ୍କ ଉପରେ ପୁଷ୍ପ ବୃଷ୍ଟି କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ବସ୍ତିବାସିନ୍ଦାଙ୍କ ଅଭିବାଦନ ଗ୍ରହଣ କରିବା ସହ ହାତ ହଲାଇ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟମନ୍ତ୍ରୀଙ୍କୁ ମହିଁଷାଖାଲରେ ବସ୍ତି ବାସିନ୍ଦାଙ୍କୁ ମିଳିଥିବା ଘର ଏବଂ ଆଗାମୀ ଯୋଜନା ସମ୍ପର୍କରେ ବୁଝାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe