କିମିଆ କରୁଛି ରାଜେନ୍ଦ୍ରଙ୍କ କଟନ୍ ହସ୍ତତନ୍ତ, ଚର୍ଚ୍ଚାରେ ମୋଦୀ ଜ୍ୟାକେଟ୍

Advertisment
କିମିଆ କରୁଛି ରାଜେନ୍ଦ୍ରଙ୍କ କଟନ୍ ହସ୍ତତନ୍ତ, ଚର୍ଚ୍ଚାରେ ମୋଦୀ ଜ୍ୟାକେଟ୍

ଏଥର ମେଳାରେ ପଥର ଖୋଦେଇ, ଟେରାକୋଟା, ଚାନ୍ଦୁଆ କାମ, ତାଳପତ୍ର ଖୋଦେଇ, ପଟ୍ଟଚିତ୍ର, କାଠ ଖୋଦେଇ, ନଡ଼ା ଶିଳ୍ପ ଭଳି ୨୫୦ଟି ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସ୍ଥାନ ପାଇଛି। ସେଥିମଧ୍ୟରୁ ମହାରାଷ୍ଟ୍ର ସୋଲାପୁରରୁ ଆସିଥିବା ବୁଣାକାର ରାଜେନ୍ଦ୍ର ଅଙ୍କମ୍‌ଙ୍କ ଦ୍ବାରା ପ୍ରସ୍ତୁତ ହସ୍ତତନ୍ତ ଲୋକଙ୍କୁ କିମିଆ କରୁଛି। ଯେକୌଣସି ବ୍ୟକ୍ତିଙ୍କ ମୁହଁର ଚିତ୍ରକୁ ଅବିକଳ ଭାବେ ସେ ଛୁଞ୍ଚିସୂତା ସାହାଯ୍ୟରେ କାନଭାସ୍‌‌ ଉପରେ ବୁଣି ଦେଉଛନ୍ତି। ଛୋଟରୁ ବଡ଼ ସମସ୍ତଙ୍କର ଅବିକଳ ଚେହେରାକୁ ଆଙ୍କୁଛନ୍ତି ରାଜେନ୍ଦ୍ର। ୨/୩ ଫୁଟ୍‌ ଆକାରର ଚିତ୍ର ପାଇଁ ୭ ହଜାର ଟଙ୍କା ନେଉଥିବା ବେଳେ ସର୍ବାଧିକ ଆକାରର ଚିତ୍ର ପାଇଁ ୩୦ ହଜାର ଟଙ୍କା ନେଉଛନ୍ତି।

ମାତ୍ର ୧୫ଦିନ ମଧ୍ୟରେ ରାଜେନ୍ଦ୍ର ଏହି ହସ୍ତତନ୍ତକୁ ପୂର୍ଣ୍ଣରୂପ ଦେଉଥିବା କହିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁକୁ ହସ୍ତତନ୍ତରେ ତିଆରି କରି ସେ ଅନେକ ପ୍ରଶଂସା ସାଉଁଟିଛନ୍ତି। ସେହିଭଳି ବିହାରର ଭାଗଲପୁର ଅଞ୍ଚଳରୁ ଆସିଥିବା ହସ୍ତଶିଳ୍ପୀମାନେ ଏଥର ମୋଦୀ ପରିଧାନ କରୁଥିବା ଜ୍ୟାକେଟ୍‌ ପ୍ରସ୍ତୁତ କରୁଛନ୍ତି। ପୂର୍ବରୁ କଟନ୍‌ରେ ପ୍ରସ୍ତୁତ କରିଥିବା ଏହି ଜ୍ୟାକେଟ୍ ଏଥର ସିଲ୍କରେ ପ୍ରସ୍ତୁତ ହେଉଛି। ୩ରୁ ୪ ହଜାର ଟଙ୍କାରେ ଏହି ‘ମୋଦୀ ଜ୍ୟାକେଟ୍’ ଭାଗଲପୁର ହ୍ୟାଣ୍ଡଲୁମ୍ ଏସ୍‌ଏଚ୍‌ଜି ଷ୍ଟଲରେ ଉପଲବ୍ଧ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe