୩୦ରେ ରାଜକିଶୋରଙ୍କ ପ୍ରଚାର

୩୦ରେ ରାଜକିଶୋରଙ୍କ ପ୍ରଚାର

ଭୁବନେଶ୍ବର: ଆଜି ୱାର୍ଡ ନମ୍ବର ୩୦ର ବିଜେଡି ପ୍ରାର୍ଥୀ ରାଜକିଶୋର ଦାସ ଘର ଘର ବୁଲି ପ୍ରଚାର କରିଛନ୍ତି। ତାଙ୍କ ସହିତ ମେୟର ପ୍ରାର୍ଥୀ ସୁଲୋଚନା ଦାସ ମଧ୍ୟ ପ୍ରଚାରରେ ସାମିଲ ହୋଇଥିଲେ। ଲୋକମାନଙ୍କର କିଭଳି ମୌଳିକ ସମସ୍ୟା ରହିବ ନାହିଁ, ସରକାରଙ୍କର ପ୍ରତିଟି ଯୋଜନା କିଭଳି ଯୋଗ୍ୟ ହିତାଧିକାରୀ ପାଖରେ ପହଞ୍ଚିବ, ସେନେଇ ଉଦ୍ୟମ ଜାରି ରହିବ ବୋଲି ରାଜକିଶୋର ପ୍ରତିଶ୍ରୁତି ଦେଇଛନ୍ତି।

ଉଭୟ ପ୍ରାର୍ଥୀ ସହିଦନଗର ସମେତ ଇପିକଲ କଲୋନି ଓ ଇଏସ୍‌ଆଇ ମେଡିକାଲ ଅଞ୍ଚଳରେ ବୁଲିଛନ୍ତି। ଆସନ୍ତାକାଲି ମଧ୍ୟ ମହର୍ଷି କଲେଜ୍‌ ଅଞ୍ଚଳ ସହ ୱାର୍ଡର ଅନ୍ୟ ଅଞ୍ଚଳରେ ପ୍ରଚାର କାର୍ଯ୍ୟକ୍ରମ ରହିଛି। ରାଜକିଶୋରଙ୍କ ବିପକ୍ଷରେ ଏଠାରେ ବିଜେପିରୁ ଜିତେନ୍ଦ୍ରନାଥ ରଥ, କଂ‌ଗ୍ରେସରୁ ସ୍ମୃତିରଂଜନ ତ୍ରିପାଠୀ ଓ ସ୍ବାଧୀନଭାବେ ଦୁଇଜଣ ପ୍ରାର୍ଥୀ ଲଢ଼ୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe