‘ରାଜରାଜେଶ୍ବରୀଙ୍କ ଶ୍ରୀ ବିମଳା ରହସ୍ୟ’ ଉନ୍ମୋଚିତ

Advertisment
‘ରାଜରାଜେଶ୍ବରୀଙ୍କ ଶ୍ରୀ ବିମଳା ରହସ୍ୟ’ ଉନ୍ମୋଚିତ

ଭୁବନେଶ୍ବର: ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ଅନ୍ୟତମ ପ୍ରମୁଖ ଶକ୍ତିପୀଠ ଶ୍ରୀକ୍ଷେତ୍ରେଶ୍ବର ମା’ ବିମଳାଙ୍କ ସଂପର୍କରେ ଏକ ତଥ୍ୟଭିତ୍ତିକ ଗ୍ରନ୍ଥ ‘ରାଜରାଜେଶ୍ବରୀ ଶ୍ରୀବିମଳା ରହସ୍ୟ’ ଉନ୍ମୋଚିତ ହୋଇଯାଇଛି। ବରିଷ୍ଠ ପ୍ରାବନ୍ଧିକ ପୂର୍ଣ୍ଣେନ୍ଦୁ କୁମାର ନନ୍ଦଙ୍କ ଦ୍ବାରା ରଚିତ ଏହି ଗ୍ରନ୍ଥକୁ ଭୁବନେଶ୍ବରର ଜଗନ୍ନାଥ ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଶ୍ରୀଜଗନ୍ନାଥ ଚେତନାଭିତ୍ତିକ ଏକ ସେମିନାର ଅବସରରେ ଉନ୍ମୋଚନ କରାଯାଇଥିଲା।

ବିଶିଷ୍ଟ ବୈଜ୍ଞାନିକ ସୁଶାନ୍ତ ଦାସ, ବରିଷ୍ଠ ସ୍ତମ୍ଭକାର ସୁଜ୍ଞାନ ଚୌଧୁରୀ, ଟ୍ରଷ୍ଟର ଅଧ୍ୟକ୍ଷ ରବିନାରାୟଣ ମହାପାତ୍ର, ଆବାହକ କାଳୀଚରଣ ସିଂ, ସମାଜସେବୀ ଟିଟନ ସାହୁ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଟ୍ରଷ୍ଟର ସଭାପତି ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର, ସଚିବ ତଥା ବରିଷ୍ଠ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ଭାସ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରନ୍ଥଟିର ଆମୁଖ ପ୍ରଦାନ କରିଛନ୍ତି କୁଳାଧିପତି ପ୍ରଫେସର୍‌ ପ୍ରଫୁଲ୍ଲ କୁମାର ମିଶ୍ର। ଗ୍ରନ୍ଥଟି ଶ୍ରୀମନ୍ଦିରର ସମସ୍ତ ସୂଚନା କେନ୍ଦ୍ରରେ ଉପଲବ୍ଧ ହେବ ବୋଲି ଟ୍ରଷ୍ଟ ସଭାପତି ଶ୍ରୀ ଦାସମହାପାତ୍ର ଜଣାଇଛନ୍ତି। ଗ୍ରନ୍ଥ ଉନ୍ମୋଚନ ଉପଲକ୍ଷେ ମା’ ବିମଳାଙ୍କ ପାଦପଦ୍ମରେ ଉକ୍ତ ଗ୍ରନ୍ଥଟିକୁ ସମର୍ପିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe