ସୌମ୍ୟରଞ୍ଜନଙ୍କୁ ଶୈଳବାଳା ସାହିତ୍ୟ ସ୍ମୃତି ସମ୍ମାନ

Advertisment

ବହିର ବାସ୍ନା ପାଠକକୁ ଆମୋଦିତ କରିଥାଏ। ମାତ୍ର ଆଧୁନିକ ପାଠକଙ୍କ ମନରେ ମୁଦ୍ରିତ ଅକ୍ଷର ପଢ଼ିବା ପ୍ରତି ବିତୃଷ୍ଣା ଭାବ ଉଦ୍ରେକ ହେଉଛି। ଫଳରେ ମୁଦ୍ରଣ ଶିଳ୍ପ ଘୋର ସଂକଟ ଦେଇ ଗତି କରୁଛି।

ବହିର ବାସ୍ନା ପାଠକକୁ ଆମୋଦିତ କରିଥାଏ। ମାତ୍ର ଆଧୁନିକ ପାଠକଙ୍କ ମନରେ ମୁଦ୍ରିତ ଅକ୍ଷର ପଢ଼ିବା ପ୍ରତି ବିତୃଷ୍ଣା ଭାବ ଉଦ୍ରେକ ହେଉଛି। ଫଳରେ ମୁଦ୍ରଣ ଶିଳ୍ପ ଘୋର ସଂକଟ ଦେଇ ଗତି କରୁଛି।

fgddstdfhgh

ଭୁବନେଶ୍ବର: ବହିର ବାସ୍ନା ପାଠକକୁ ଆମୋଦିତ କରିଥାଏ। ମାତ୍ର ଆଧୁନିକ ପାଠକଙ୍କ ମନରେ ମୁଦ୍ରିତ ଅକ୍ଷର ପଢ଼ିବା ପ୍ରତି ବିତୃଷ୍ଣା ଭାବ ଉଦ୍ରେକ ହେଉଛି। ଫଳରେ ମୁଦ୍ରଣ ଶିଳ୍ପ ଘୋର ସଂକଟ ଦେଇ ଗତି କରୁଛି। ଲେଖକ, ପ୍ରକାଶକ ଓ ପାଠକଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ ରହିପାରିଲେ ମୁଦ୍ରଣ ଶିଳ୍ପ‌ରେ ସୁଧାର ଆସିବ ବୋଲି ଶୈଳବାଳା ସାହିତ୍ୟ ସଂସଦର ଅଷ୍ଟମ ସାରସ୍ବତ ସମାରୋହରେ ଯୋଗଦେଇ ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ସଂସଦର ସଭାପତି ଗୌରଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଥାକାର ଦେବୀପ୍ରସନ୍ନ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ କବି ପ୍ରସନ୍ନ ପାଟ୍ଟଶାଣୀ, ସମ୍ମାନିତ ଅତିଥି ଭାବେ ପ୍ରଫେସର ସଂଘମିତ୍ରା ମିଶ୍ର ଓ ସମ୍ମାନିତ ବକ୍ତା ଭାବେ ପ୍ରାଧ୍ୟାପିକା ପ୍ରତିଭା ମହାରଥୀ ଯୋଗଦେଇ ଜନ୍ମଭୂମି ଓ ମାତୃଭାଷାର ସୁରକ୍ଷା ଦିଗରେ ଉତ୍ତର ପିଢ଼ି ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ।

ଏହି ଅବସରରେ ସଂସଦ ପକ୍ଷରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଶୈଳବାଳା ସାହିତ୍ୟ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ପାଦକ ଦେବାଶିଷ ମହାପାତ୍ର ଅନୁଷ୍ଠାନର କାର୍ଯ୍ୟ ସମ୍ପର୍କରେ ମତ ରଖିଥିଲା ବେଳେ ଉପସଭାପତି ଦେବାଶିଷ ମହାପାତ୍ର ସଭା ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ କବିତା ଆସରର କବିଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ପରିଚାଳନା ସମ୍ପାଦକ ଗୋଲକ ବିହାରୀ ନାୟକ ମଞ୍ଚ ପରିଚାଳନା କରିଥିଲା ବେଳେ କାର୍ଯ୍ୟକାରୀ ସମ୍ପାଦକ ପୂର୍ଣ୍ଣାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe