ଏୟାରଲାଇନ୍ସ ସଦସ୍ୟଙ୍କୁ ନିଜ ପ୍ରେମିକା ପାଇଁ ନକଲି ପରିଚୟ ପତ୍ର ବନାଇବା ମହଙ୍ଗା ପଡ଼ିଲା

Advertisment
ଏୟାରଲାଇନ୍ସ ସଦସ୍ୟଙ୍କୁ ନିଜ ପ୍ରେମିକା ପାଇଁ ନକଲି ପରିଚୟ ପତ୍ର ବନାଇବା ମହଙ୍ଗା ପଡ଼ିଲା

ଭୁବନେଶ୍ୱର: ଇଣ୍ଡିଗୋ ଏୟାରଲାଇନ୍ସର ଜଣେ ସଦସ୍ୟଙ୍କୁ ନିଜ ପ୍ରେମିକାର ନକଲି ପରିଚୟ ପତ୍ର ବନାଇବା ମହଙ୍ଗା ପଡ଼ିଛି। ଇଣ୍ଡିଗୋ ଏୟାରଲାଇନ୍ସ ସଦସ୍ୟ ରାକେଶ ବ୍ୟାସ ଓ ତାଙ୍କ ପ୍ରେମିକାଙ୍କୁ ସିଆଇଏସ୍‌ଏଫ୍‌ କର୍ମଚାରୀ କେରଳର କୋଚ୍ଚି ବିମାନବନ୍ଦରରୁ ଗିରଫ କରିଛନ୍ତି।

ଏୟାରଲାଇନ୍ସ ତରଫରୁ ବ୍ୟାସଙ୍କୁ ମିଳିଥିବା ଟିକେଟରେ ଯାତ୍ରା ପାଇଁ ତାଙ୍କ ପ୍ରେମିକା ନକଲି ଆଧାରକାର୍ଡ ବନାଇଥିବା ନେଇ ସିଆଇଏସ୍‌ଏଫ୍‌ କର୍ମଚାରୀ ଦୁହିଁଙ୍କୁ ଧରି ପଚରାଉଚରା କରିଥିଲୋ। ଏହାପରେ ୨୩ବର୍ଷୀୟ ରାକେଶ ବ୍ୟାସଙ୍କ ପ୍ରେମିକାଙ୍କୁ ବିଚାରବିଭାଗୀୟ ହେପାଜତକୁ ନିଆଯାଇଥିଲା।

ସୁରକ୍ଷାକର୍ମଚାରୀ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଜଣାପଡ଼ିଲା କି ନକଲି ଆଧାରକାର୍ଡ ଥିବା ମହିଳା ଜଣକ ଜଣେ ପୁରୁଷ ଯାତ୍ରୀଙ୍କ ସହିତ ଯାତ୍ରା କରୁଥିଲେ। ତାଙ୍କ ସହିତ ଯାତ୍ରା କରୁଥିବା ସହଯାତ୍ରୀ ଘରୋଇ ଏୟାରଲାଇନ୍ସର କର୍ମଚାରୀ ରାକେଶ ବ୍ୟାସ୍‌ ବୋଲି ଜଣାପଡ଼ିଥିଲା। ରାକେଶ ବ୍ୟାସ୍‌ଙ୍କ ପାଖରେ ବୈଧ ବିମାନବନ୍ଦର ପ୍ରବେଶ ପାସ୍‌ ରହିଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଏୟାରଲାଇନ୍ସ ଷ୍ଟାଫ୍‌ ଟିକେଟ ଜାରି କରିଥିଲା। ଏହି ଟିକେଟରେ ସେମାନେ ଯାତ୍ରା କରୁଥିଲେ। ଏହି ଟିକେଟରେ ଯାତ୍ରା ପାଇଁ ଯୁବତୀ ଜଣକ ବ୍ୟାସଙ୍କ ଭଉଣୀ ଭାବେ ଆଧାରକାର୍ଡରେ ନିଜ ପରିଚୟ ରଖିଥିଲେ।

ବ୍ୟାସଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପୋଷ୍ଟିଂ କରାଯାଇଥିବା ବେଳେ ତାଙ୍କୁ ଓ ତାଙ୍କ ପ୍ରେମିକାଙ୍କୁ ଅକ୍ଟୋବର ୨୩ରେ କୋଚ୍ଚିରୁ ଧରା ଯାଇଥିଲା। ଗିରଫ ପରେ ଏୟାରଲାଇନ୍ସ ବ୍ୟାସଙ୍କୁ ସେବାରୁ ହଟାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe