ରମାଦେବୀ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ବି‌ସ୍ଫୋରକ ବୟାନ, କାମ ନ କରି ଶୋଉଛନ୍ତି ଅଧ୍ୟାପକ

Advertisment

କ୍ୟାମ୍ପସରେ ବୁଲୁଛନ୍ତି ଦଲାଲ୍‌, ତଦନ୍ତ ହେଲେ ଅନେକ କଥା ପଦାକୁ ଆସିବ

କ୍ୟାମ୍ପସରେ ବୁଲୁଛନ୍ତି ଦଲାଲ୍‌, ତଦନ୍ତ ହେଲେ ଅନେକ କଥା ପଦାକୁ ଆସିବ

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପରିସରରେ ଅଟୋରୁ ଅଚିହ୍ନା ମୃତଦେହ ଉଦ୍ଧାର

Times of India

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ କିଛି ବି ଠିକ୍‌ ଚାଲିନି। ଅଧ୍ୟାପକମାନେ କାମ କରୁନାହାନ୍ତି। ଶୋଇ ରହୁଛନ୍ତି। ସେମାନେ ଭାବନ୍ତି ବିଭାଗ ହେଉଛି ଗୋଟିଏ ‌ସେକ୍ସନ। ପିଲାଙ୍କୁ ସାଧା କାଗଜରେ ‌ଲେଖି ଏଠାକୁ ପଳାଅ, ସେଠାକୁ ପଳାଅ ବୋଲି କୁହନ୍ତି। ପରୀକ୍ଷା ‌ଫଳ ‌ଯେବେ ବାହାରିଲା ତା’ ପରେ ତିନି ଦିନ ଛୁଟି ହେଲା। ସେମାନେ ଘରେ ଶୋଇଲେ। ପିଲାଙ୍କୁ କାହିଁକି ମାର୍କସିଟ୍‌ ଦେଲେନି ବୋଲି ସେମାନଙ୍କୁ ପଚରାଯାଉ ବୋଲି ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ବ୍ରଜକିଶୋର କହିଛନ୍ତି।

ବିଶ୍ବବିଦ୍ୟାଳୟ ୟୁଜି ଓ ପିଜି ପାଠ୍ୟକ୍ରମର ଟପର୍‌ ତାଲିକା ପ୍ରକାଶ ନ କରି ବିବାଦ ଘେରକୁ ଆସିଥିବା ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ବ୍ରଜକିଶୋର ଗଣମାଧ୍ୟମରେ ମୁହଁ ଖୋଲିବା ସହ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ଏହି କ୍ୟାମ୍ପସରେ ସବୁ ସମସ୍ୟା ରହିଛି। ଏଠାରେ ଦଳେ ବ୍ରୋକର(ଦଲାଲ୍‌) ବୁଲୁଛନ୍ତି। ସେମାନେ କାହାର ବ୍ରୋକର ମୁଁ ଜାଣି ନାହିଁ। ତେବେ ସମସ୍ୟା ସୃଷ୍ଟି କରୁଛନ୍ତି। ଖୋଲା ଚର୍ଚ୍ଚାରେ ଏବିଷୟରେ ଆଲୋଚନା କରାଗଲେ ସବୁ କଥା ପଦାକୁ ଆସିବ। ରମାଦେବୀ ବିଶ୍ବବିଦ୍ୟାଳୟରେ ଯେଉଁ ଅବ୍ୟବସ୍ଥା ଚାଲିଛି ତା’ ପାଇଁ ସ୍ବତନ୍ତ୍ର ତଦନ୍ତ କରାଯାଉ। ଟପର୍‌ ତାଲିକା ପ୍ରକାଶ କରା ନଯିବା ନେଇ ସେ କହିଛନ୍ତି ଯେ ପରୀକ୍ଷା ରୁଲ୍‌ରେ ଟପର୍‌ ତାଲିକା ପ୍ରକାଶ କରାଯିବାର କୌଣସି ନିୟମ ନାହିଁ। କେବଳ ପରୀକ୍ଷା ଫଳ ପ୍ରକାଶ କରାଯିବା ନେଇ ରୁଲ୍ସରେ ରହିଛି। ୩୦ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସମସ୍ତ ୪୮ଟି ସହବନ୍ଧିତ କଲେଜ ଓ ବିଶ୍ବବିଦ୍ୟାଳୟକୁ ଦୁଇ ପ୍ରକାର ରେଜଲ୍ଟ ପଠାଯାଇଥିଲା। ଅନର୍ସ ଅନୁଯାୟୀ ଏକ ମେରିଟ୍‌ ଲିଷ୍ଟ ପଠାଯାଇଥିଲା। ସେଥିରୁ ଖୋଜି ପିଲାମାନେ ଓ କଲେଜ କର୍ତୃପକ୍ଷ ଟପର୍‌ ଲିଷ୍ଟ ଜାଣିପାରିବେ। ଟପର୍‌ ତାଲିକା ପ୍ରକାଶ କରାଯିବା ନେଇ କୌଣସି କଲେଜରୁ ଅଭିଯୋଗ ଆସିନି। ବରଂ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ହିଁ ବିବାଦ ଉଠିଛି। ପରୀକ୍ଷା ଫଳ ପ୍ରକାଶ ପାଇବା ଦିନ ବିଭାଗର ଅଧ୍ୟାପକମାନେ କ୍ୟାମ୍ପସକୁ ଆସିଲେ ନାହିଁ ଘରେ ଶୋଇ ରହି‌ଲେ ଏବଂ ପିଲାଙ୍କୁ ରେଜଲ୍ଟ ଜଣାଇଲେ ନାହିଁ। ବିବାଦ ହେବା ପରେ କୁଳପତି ମୋତେ ଟପର୍‌ ତାଲିକା ପ୍ରକାଶ କରିବାକୁ କହିବାରୁ ପ୍ରକାଶ କରାଗଲା।

ପରୀକ୍ଷା ଫଳ ସମସ୍ୟା ନେଇ ସୋମବାର ୬୦ ଜଣ ଛାତ୍ରୀ କ୍ୟାମ୍ପସକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୩ ଜଣ ବାହାର କଲେଜର ଥିଲେ। ଅନ୍ୟମାନେ ସବୁ ଏଠାକାର ଛାତ୍ରୀ। ଜାଣିଶୁଣି କ୍ୟାମ୍ପସର କିଛି ବ୍ରୋକର ବିବାଦ ସୃଷ୍ଟି କରୁଛନ୍ତି। ମୁଁ ଶିକ୍ଷା ଦେବାକୁ ଭଲ ପାଏ। ପିଲାଙ୍କ ପାଖରେ ମୁଁ ଉତ୍ତରଦାୟୀ। ମୋର ଯଦି ଭୁଲ୍‌ ହୋଇଛି ମୋତେ ପରୀକ୍ଷା ନିୟନ୍ତ୍ରକଙ୍କୁ ଚାକିରରୁ ବହିଷ୍କାର କରିଦିଅନ୍ତୁ। ଯଦି ବି କେବେ ଟପର୍‌ ତାଲିକା ପ୍ରକାଶ କରାଯିବାର ବ୍ୟବସ୍ଥା ହେବ ତେବେ ରିଆଡିସନ୍‌ ପରେ ବାହାରିବ। କାରଣ କିଛି ପିଲାଙ୍କ ମାର୍କ ମଧ୍ୟ ବଢ଼ିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe