ରମାଦେବୀ ବିଶ୍ବବିଦ୍ୟାଳୟକୁ ୟୁଜିସି ୧୨(ବି) ମାନ୍ୟତା

Advertisment
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପରିସରରେ ଅଟୋରୁ ଅଚିହ୍ନା ମୃତଦେହ ଉଦ୍ଧାର

Times of India

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ୧୨ (ବି) ମାନ୍ୟତା ପ୍ରଦାନ କରାଯାଇଛି। ୟୁଜିସି ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବା ସହ ୟୁଜିସି ଅନୁସଚିବ ନରେଶ କୁମାର ଶର୍ମା ଆଜି ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ତେବେ ୟୁଜିସି ନିୟମ ଅନୁଯାୟୀ ଶିକ୍ଷକ ନ ଥିବାରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ଯେତେଶୀଘ୍ର ସମ୍ଭବ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବିଶ୍ବବିଦ୍ୟାଳୟକୁ ପରାମର୍ଶ ଦିଆଯାଇଛି। ୟୁଜିସି ପକ୍ଷରୁ କୁହାଯାଇଛି ଯେ ଫେବ୍ରୁଆରି ୧୭ ଓ ୧୮ରେ ୟୁଜିସିର ଏକ ପ୍ରତିନିଧିଦଳ ବିଶ୍ବବିଦ୍ୟାଳୟକୁ ଗସ୍ତ କରି ୟୁଜିସି ୧୨ (ବି) ପ୍ରଦାନ ସମ୍ପର୍କରେ ସ୍ଥିତି ପରଖିଥିଲା। ବିଶ୍ବବିଦ୍ୟାଳୟର ପ୍ରସ୍ତାବ, ଆବଶ୍ୟକ କାଗଜପତ୍ର ଓ ଭିତ୍ତିଭୂମି ଯାଞ୍ଚ କରିବା ପରେ ଏହି ମାନ୍ୟତା ଦିଆଯାଉଛି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏନ୍‌ଆଇଆର୍‌ଏଫ୍‌ ରୢାଙ୍କ୍‌ରେ ଭାଗ ନେବା ସହ ନାକ୍‌ ମାନ୍ୟତା ପାଇଁ ଯେତେଶୀଘ୍ର ସମ୍ଭବ ଉଦ୍ୟମ କରିବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି।

ଜୁଲାଇ ପହିଲାରେ ୟୁଜିସି ମୁଖ୍ୟାଳୟରେ ଅନୁଷ୍ଠିତ ୫୫୧ତମ ସାଧାରଣ ପରିଷଦ ବୈଠକରେ ରମାଦେବୀ ବିଶ୍ବବିଦ୍ୟାଳୟକୁ ୧୨ (ବି) ସ୍ବୀକୃତି ଦେବାକୁ ଅନୁମୋଦନ ହୋଇଥିଲା। ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମ (ଏକାଡେମିକ୍‌ କରିକୁଲ୍‌ମ)କୁ ୟୁଜିସି ପକ୍ଷରୁ ଅନୁମୋଦନ ମିଳିଛି। ଅନ୍ୟ ବିଶ୍ବବିଦ୍ୟାଳୟ ପରି ରମାଦେବୀ ପାଠ୍ୟକ୍ରମ ମଧ୍ୟ ୟୁଜିସି ଅନୁମୋଦିତ ହୋଇଛି। ଏଣିକି ଅଧ୍ୟାପକଙ୍କୁ ଗବେଷଣା ପାଇଁ ୟୁଜିସି ପକ୍ଷରୁ ଅନୁଦାନ ରାଶି ମିଳିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe