ରମା‌ଦେବୀ ବିଶ୍ବବିଦ୍ୟାଳୟ ପିଜି ଓ ୟୁଜି ପରୀକ୍ଷା ଫଳ ପ୍ରକାଶ, ଟପର୍‌ ତାଲିକା ବାହାର କଲେନି

୨୦୨୦ ରେଜଲ୍ଟ ପ୍ରକାଶ ଦିଗରେ ରମାଦେବୀ କର୍ତ୍ତୃପକ୍ଷଙ୍କ ପଦକ୍ଷେପ, ପିଛିଲା ସେମିଷ୍ଟାରର ବିକଳ୍ପ ମୂଲ୍ୟାୟନ

My First College

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ(ସ୍ନାତକ ଓ ସ୍ନାତକୋତ୍ତର) ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍ନାତକୋତ୍ତର(ପିଜି)ରେ ପାସ୍‌ହାର ୮୯.୪୬% ରହିଛି। ସ୍ନାତକ(ୟୁଜି)ରେ କଳା(ଅନର୍ସ)ରେ ୯୦.୦୬%, ବିଜ୍ଞାନ(ଅନର୍ସ)ରେ ୯୪.୪୮% ଓ ବାଣିଜ୍ୟ(ଅନର୍ସ)ରେ ୭୪.୨୧% ହୋଇଛି। ବିଏଡ୍‌ରେ ପାସ୍‌ହାର ଶତପ୍ରତିଶତ ହୋଇଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷା ସମୟରେ ଯେଉଁଭଳି ବିବାଦ ହୋଇଥିଲା ଫଳ ବାହାରିବା ବେଳେ ମଧ୍ୟ ସମାନ ସ୍ଥିତି ଉପୁଜିଛି।

ପରୀକ୍ଷା ସରିବାର ପାଖାପାଖି ମାସେ ପରେ ଫଳ ପ୍ରକାଶ କରାଯାଇଥିଲେ ମଧ୍ୟ ଟପର୍‌ ତାଲିକା ବାହାରି ନାହିଁ। ବେସିକ୍‌ ସାଇନ୍ସ କଲେଜ, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନ ବିଭିନ୍ନ ବିଭାଗର ଟପର୍‌ ଛାତ୍ରଛାତ୍ରୀଙ୍କ ନାମ ତାଲିକା ପ୍ରକାଶ କରିଥିଲେ। ‌ହେଲେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ତାଲିକା ପ୍ରକାଶ କରିପାରିନାହିଁ। ଯେଉଁଥିପାଇଁ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କେଉଁ ବିଭାଗରେ କିଏ ଟପର୍‌ ହୋଇଛନ୍ତି ତାହାର ତାଲିକା ତୁରନ୍ତ ପ୍ରକାଶ କରିବାକୁ ଛାତ୍ରୀମାନେ ଦାବି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe