Ramadevi Women's University: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ: ସ୍ଥାପନ ହେବ ଏଆଇ ଉତ୍କର୍ଷ କେନ୍ଦ୍ର

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପରେ ଗବେଷଣା କରିବ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ। କ୍ୟାମ୍ପସରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ(ଉତ୍କର୍ଷ କେନ୍ଦ୍ର) ପ୍ରତିଷ୍ଠା ହେବ ବୋଲି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ତଥା ତିନିଦିନ ଧରି ଚାଲିଥିବା....

aghdaggddgzcv

ଭୁବନେଶ୍ୱର: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପରେ ଗବେଷଣା କରିବ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ। କ୍ୟାମ୍ପସରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ(ଉତ୍କର୍ଷ କେନ୍ଦ୍ର) ପ୍ରତିଷ୍ଠା ହେବ ବୋଲି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ତଥା ତିନିଦିନ ଧରି ଚାଲିଥିବା ମା’ ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୂରଜ କହିଲେ, ମା’ ରମାଦେବୀଙ୍କ ଆଦର୍ଶ ଆଜି ବି ପ୍ରସାରିତ ରହିଛି। ଖଦିକୁ ଆପଣାଇବା ସହ ଗାନ୍ଧୀବାଦୀ ମୂଲ୍ୟବୋଧ ପ୍ରତି ସେ ଆଗ୍ରହ ଦେଖାଇଥିଲେ। ଆଜିର ସମୟରେ ସ୍ବଦେଶୀର ଗୁରୁତ୍ବ ରହିଛି। ଛାତ୍ରୀମାନେ ମା’ ରମାଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ‌ସେ ଆହ୍ବାନ ଦେଇଥିଲେ। 

India vs South Africa, 2nd ODI: ଦ୍ବିତୀୟ ଦିନିକିଆ: ଟିମ୍ ଇଣ୍ଡିଆକୁ ପରାଜିତ କଲା ଦକ୍ଷିଣ ଆଫ୍ରିକା

ଶିକ୍ଷାବିତ୍‌ ପ୍ରଫେସର ନିବେଦିତା ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆକୁ ଏକ ସ୍ୱୀକୃତିପ୍ରାପ୍ତ ଭାଷା ଭାବେ ପ୍ରତିଷ୍ଠା କରିବାରେ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷ ଉପରେ ଆଲୋକପାତ କରିଥିଲେ। ସେ କହିଲେ ୧୯୨୧ ମସିହାରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ଦ୍ୱାରା ମା’ ରମାଦେବୀଙ୍କ ବିଚାରଧାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲା। ତାଙ୍କ ନମ୍ରତା, ବ୍ୟକ୍ତିତ୍ୱ ଅନ୍ୟମାନଙ୍କଠାରୁ ନିଆରା ଥିଲା। ତାଙ୍କ ନେତୃତ୍ୱ କିଭଳି ପରିଭାଷିତ ହୋଇଥିଲା ସେନେଇ ଶ୍ରୀମତୀ ମହାନ୍ତି ମନେ ପକାଇଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚଣ୍ଡିଚରଣ ରଥ ତିନିଦିନିଆ କାର୍ଯ୍ୟକ୍ରମର ସାରାଂଶ ଉପସ୍ଥାପନ ଓ କୁଳସଚିବ ମନସ୍ୱିନୀ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ସୁଚେତା ପ୍ରିୟବାଦିନୀ ସ୍ବାଗତ ଭାଷଣ ଦେଇଥିବା ବେଳେ ସିଡିସି ନିର୍ଦ୍ଦେଶିକା ପ୍ରଫେସର ସସ୍ମିତା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଜୟାନନ୍ଦ ସିଂହଙ୍କ ଦ୍ୱାରା ଏକ ପ୍ୟାନେଲ୍ ଆଲୋଚନା ହୋଇଥିଲା।

Int'l Day of Persons with Disabilities: ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ରିପୋର୍ଟ ଉନ୍ମୋଚିତ ହୋଇଥିଲା। ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଉତ୍ତୀର୍ଣ୍ଣ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଆ ବିତର୍କ ପ୍ରତିଯୋଗିତାରେ ପ୍ରଥମ ହୋଇଥିବାରୁ ମଙ୍ଗଳପୁର ମହିଳା କଲେଜର ଦେବାଶିଶ୍ରୀ ବେହେରା ଇଂରାଜୀ ବିତର୍କ ପାଇଁ ଶୈଳାବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟର ହର୍ଷିତା ପାଣିଗ୍ରାହୀ ବିଶ୍ୱବିଦ୍ୟାଳୟ କପ୍ ଗ୍ରହଣ କରିଥିଲେ। ସ୍ୱର୍ଗତ ହରିପ୍ରିୟା ଶତପଥୀ ସ୍ମାରକୀ ପୁରସ୍କାର ସାଇଶ୍ରୀ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା। ଟି-୨୦ ବ୍ଲାଇଣ୍ଡ କପ୍ ବିଜେତା ଓ ମହିଳା ଦୃଷ୍ଟିହୀନ କ୍ରିକେଟ୍‌ ଉପ-ଅଧିନାୟିକା ଫୁଲା ସୋରେନ, ଫୁଡ୍ ଫେଷ୍ଟ ‘ଦି କ୍ୟାଚେ କିଚେନ୍’ର ବିଜେତାଙ୍କୁ ସମ୍ମାନିତ କରାଯାଇଥିଲା।

collage

Ramadevi Women's University

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe