ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଚତୁର୍ଥ ଆନ୍ତଃମହାବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

Advertisment
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଚତୁର୍ଥ ଆନ୍ତଃମହାବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଚତୁର୍ଥ ଅନ୍ତଃମହାବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଗତ ୬ ଓ ୭ ତାରିଖ ଦୁଇ ଦିନ ଧରି କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। ୪୪୮ ଅନୁବନ୍ଧିତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଛାତ୍ରୀମାନେ ମୋଟ ୧୧ପ୍ରକାର କ୍ରୀଡ଼ାରେ ଅଂଶଗ୍ରହଣ କରି ନିଜର କୃତିତ୍ବ ପ୍ରଦର୍ଶନ କରିବା ସହ ପୁରସ୍କୃତ କରାଯାଇଥିଲା।

ଏନେଇ ଆୟୋଜିତ ଏକ ସଭାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍‌ ଅପରାଜିତା ଚୌଧୁରୀ ଅଧ୍ୟକ୍ଷତା କରି କହିଥିଲେ ଯେ ପାଠପଢ଼ା ସାଙ୍ଗକୁ କ୍ରୀଡ଼ାକୁ ବିଶ୍ବବିଦ୍ୟାଳୟ ସମାନ ଗୁରୁତ୍ବ ଦେଇ ଆସୁଛି। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ପ୍ରଫେସର୍‌ ସସ୍ମିତା ମହାନ୍ତି କହିଥିଲେ ଯେ କ୍ରୀଡ଼ା ମନକୁ ନିୟନ୍ତ୍ରଣ କରିବା ସହ ଅଧ୍ୟାପନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

ଅଲିମ୍ପିଆନ୍‌ ଅନୁରାଧା ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ଅନୁଭୂତି ବାଣ୍ଟିଥିଲେ। ଅନ୍ୟତମ ଅତିଥି ଭାବେ ବିଶ୍ୱବିଦ୍ୟାଳୟ କୁଳସଚିବ ଶ୍ୟାମଳୀ ମହାପାତ୍ର, ସୁସ୍ଥତା ଓ ଶରୀର ଗଠନରେ କ୍ରୀଡ଼ା ଅପରିହାର୍ଯ୍ୟ ବୋଲି କହିଥିଲେ। ସିଡିସିର ନିର୍ଦେଶକ ପ୍ରଫେସର ଚଣ୍ଡୀଚରଣ ରଥ କ୍ରୀଡ଼ା କ୍ଷେତ୍ରରେ ଅଗ୍ରସର ହେବା ପାଇଁ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡ଼ା ପରିଷଦର ନିର୍ଦ୍ଦେଶିକା ପ୍ରଫେସର୍‌ ଜ୍ୟୋତିର୍ମୟୀ ଆଚାର୍ଯ୍ୟ ସ୍ବାଗତଭାଷଣ ଦେବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। କ୍ରୀଡ଼ା ପରିଷଦ କାର୍ଯ୍ୟାଳୟ ଅଧିକାରୀ ଡ. ପ୍ରକାଶ ପରିଚ୍ଛା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe