କମ୍ୟୁନିଷ୍ଟ ପାର୍ଟିର ପ୍ରଧାନ ସେନାପତି ଥିଲେ ରାମକୃଷ୍ଣ

Advertisment
କମ୍ୟୁନିଷ୍ଟ ପାର୍ଟିର ପ୍ରଧାନ ସେନାପତି ଥିଲେ ରାମକୃଷ୍ଣ

ଭୁବନେଶ୍ୱର: ବିଶିଷ୍ଟ କମ୍ୟୁନିଷ୍ଟ ନେତା ତଥା ପୂର୍ବତନ ବିଧାୟକ ବିପ୍ଳବୀ ରାମକୃଷ୍ଣ ପତିଙ୍କର ୩୬ତମ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଭଗବତୀ ଭବନଠାରେ ଆୟୋଜିତ ହୋଇଯାଇଛି। ସ୍ମୃତି ସଂସଦର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ବରିଷ୍ଠ ସିପିଆଇ (ଏମ୍) ନେତା ଜନାର୍ଦ୍ଦନ ପତି ଓ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ, ସ୍ବାଧୀନତା ପରେ କମ୍ୟୁନିଷ୍ଟ ପାର୍ଟି ଯେତେବେଳେ ବେଆଇନ ଥିଲା ରାମକୃଷ୍ଣ ପତି ଥିଲେ ତା’ର ପ୍ରଧାନ ସେନାପତି। କିନ୍ତୁ ସେତେବେଳେ ଯେଉଁମାନେ ଭାରତର ବିଭାଜନ ପାଇଁ ବ୍ରିଟିଶ ସରକାରର ଦଲାଲି କରୁଥିଲେ, ସେହି ସାମ୍ପ୍ରଦାୟିକ ଶକ୍ତିମାନେ ଆଜି ଭାରତର କେନ୍ଦ୍ର କ୍ଷମତାରେ ଅଧିଷ୍ଠିତ।

ଏହି ସାମ୍ପ୍ରଦାୟିକମାନଙ୍କ କବଳରୁ ଦେଶର ସମ୍ବିଧାନ ଓ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ସମସ୍ତ ବାମପନ୍ଥୀ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତି ଐକ୍ୟବଦ୍ଧ ହେବା ପାଇଁ ସେମାନେ ଆହ୍ବାନ ଦେଇଥିଲେ। ଏହି ଅବସରରେ ୨୦୨୨ର ରାମକୃଷ୍ଣ ପତି ସମ୍ମାନ କ୍ଷେତ ମୂଲିଆ ଆନ୍ଦୋଳନର କର୍ମୀ ଲୋକନାଥ ଭୋଇଙ୍କୁ ପ୍ରଦାନ କରାଯାଇଥିଲା। ସଭାରେ ସୁର ଜେନା, ପ୍ରଫୁଲ୍ଲ ତ୍ରିପାଠୀ, ପ୍ରମୋଦିନୀ ପାଇକରାୟ, ସତୀଶ ମିଶ୍ର, ଆକୁଳି ନାଥ, ବସନ୍ତ ପାଇକରାୟ, କୈଳାସ ପୁହାଣ, ଶରତ ସ୍ବାଇଁ, ବିଜୟ ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe