ରାମେଶ୍ୱର ମହୋତ୍ସବ ଆରମ୍ଭ: ମନକିଣିଲା କେନ୍ଦୁଝରିଆ କଣ୍ଢେଇ ନାଚ

Advertisment

ଆଜି ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା

ଆଜି ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା

ରାମେଶ୍ୱର ମହୋତ୍ସବ ଆରମ୍ଭ: ମନକିଣିଲା କେନ୍ଦୁଝରିଆ କଣ୍ଢେଇ ନାଚ

ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା ଉପଲକ୍ଷେ ରାମେଶ୍ୱର କ୍ଲବ ପକ୍ଷରୁ ମଉସୀ ମା’ ଛକରେ ରାମେଶ୍ବର ମହୋତ୍ସବ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଜୁମ୍ବା ଡ୍ୟାନ୍ସ, ରଘୁରାଜପୁରର ଗୋଟିପୁଅ ନୃତ୍ୟ, କେନ୍ଦୁଝରର କଣ୍ଢେଇ ନାଚ ଦର୍ଶକଙ୍କ ମନକିଣିନେଇଥିଲା। ପରେ ଭୁବନେଶ୍ବର କୁମାର ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଆସନ୍ତାକାଲି ରାମେଶ୍ବର କ୍ଲବର ୪୯ତମ ବାର୍ଷିକ ଉତ୍ସବ ଉପଲକ୍ଷେ ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାର ଫାଇନାଲ୍ ହେବା ସହ ପୁରସ୍କାର ବିତରଣ କରାଯିବ। ଆଜି ମହୋତ୍ସବକୁ ବିଧାୟକ ସୁରେଶ ରାଉତରାୟ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ଅକ୍ଷୟ ଦୀକ୍ଷିତ, ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ର, ରମେଶ ବାରିକ, ପ୍ରଫୁଲ୍ଲ କୁମାର ପଣ୍ଡା, ଧୀରଜ ମହାପାତ୍ର, ସଞ୍ଜୟ ମହାପାତ୍ର, ବିଶ୍ୱଜିତ ମହାପାତ୍ର, ଗଦାଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe