ରାଜଧାନୀ ଉପକଣ୍ଠରେ ବୁଲୁଛି ରାମୁ

Advertisment
ରାଜଧାନୀ ଉପକଣ୍ଠରେ ବୁଲୁଛି ରାମୁ

ମେଣ୍ଢାଶାଳ: ଭରତପୁର ସଂରକ୍ଷିତ ଜଙ୍ଗଲରେ ରହୁଥିବା ଦନ୍ତା ହାତୀ ରାମୁ ଏବେ ଜନବସତି ମୁହାଁ ହୋଇଛି। ଗତ କିଛି ଦିନ ହେଲା ସେ ସାଙ୍ଗରେ ଅନ୍ୟ ଏକ ଦନ୍ତାକୁ ଧରି ରାତିରେ ଜଙ୍ଗଲରୁ ବାହାରି ନିକଟସ୍ଥ ଭରତପୁର ଓ ଜିଏ କଲୋନି ଅଞ୍ଚଳରେ ବୁଲୁଛି। ବନ କର୍ମଚାରୀମାନେ ସେମାନଙ୍କୁ ଜଗି ରହୁଥିଲେ ମଧ୍ୟ ବିଳମ୍ବିତ ରାତିରେ ବାହାରି ସେମାନେ ପୁଣି ଭୋର୍‌ ସମୟରେ ଫେରି ଯାଉଛନ୍ତି। ଲୋକଙ୍କ ବାଡ଼ିବଗିଚାରୁ ଗଛଡାଳ ଓ ଅନ୍ୟାନ୍ୟ ପରିବାପତ୍ର ଖାଇ ସେମାନେ ଫେରିଯାଉଛନ୍ତି।
ବହୁ ଦିନ ଧରି ଭରତପୁର ସଂରକ୍ଷିତ ଜଙ୍ଗଲରେ ୧୭ଟି ହାତୀ ଅଛନ୍ତି। ଏହି ହାତୀ ପଲରେ ୨ ଟି ଦନ୍ତାହାତୀ ଅଛନ୍ତି। ତା’ ଭିତରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ବିଶାଳ ଦନ୍ତା ରାମୁ ଅଛି। ହାତୀ ପଲ ଜଙ୍ଗଲ ବାହାରକୁ ଆସୁନଥିବା ବେଳେ ଦନ୍ତା ରାମୁ ଓ ତା’ ସାଥୀ ଅନ୍ଧା‌ରୁଆ ମାଳିମ ଠାକୁରାଣୀ ମନ୍ଦିର ଛକ ଦେଇ ଅନ୍ଧାରୁଆ, ମଳିପଡ଼ା, ଦାସପୁର ଓ ଭରତପୁରରେ ବୁଲୁଛନ୍ତି। ଫଳରେ ଲୋକଙ୍କ ଭିତରେ ହାତୀ ଆତଙ୍କ ଖେଳିଯାଇଛି। ଗତ କିଛି ଦିନ ଧରି ରାମୁ ଖୋର୍ଦ୍ଧା ରତନପୁର ଜଙ୍ଗଲକୁ ଚାଲି ଯାଇଥିଲା। ଏବେ ସେ ଅରିଶଲ, ମଦନପୁର ଓ ଦେଉଳିଆପାଟଣା ଦେଇ ଭରତପୁର ଜଙ୍ଗଲକୁ ଫେରିଛି। ଗତକାଲି ସନ୍ଧ୍ୟାରେ ରାମୁ ଏକାକୀ ମେଣ୍ଢାଶାଳ ଗିରିଙ୍ଗାପୁଟ ଆଦିବାସୀ ସାହିରେ ପଶି ବ୍ୟାପକ କଦଳୀ ଗଛ, ଅମୃତ ଭଣ୍ଡା ଗଛ ଭାଙ୍ଗି ନଷ୍ଟ କରିଥିଲା। ପରେ କଣ୍ଟାବାଡ଼ ଆଦୃତା ଆଶ୍ରମ ଦେଇ ଭରତପୁର ଫେରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe