ରନ୍‌ନ୍ଦେଭୂ ଓଡିଏମ୍‌ ଅନ୍‌ଲାଇନ୍‌ ଫେଷ୍ଟ ଉଦ୍‌ଘାଟିତ

Advertisment
ରନ୍‌ନ୍ଦେଭୂ ଓଡିଏମ୍‌ ଅନ୍‌ଲାଇନ୍‌ ଫେଷ୍ଟ ଉଦ୍‌ଘାଟିତ

ଚନ୍ଦ୍ରଶେଖରପୁର : ପଟିଆସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲରେ ଜାତିର ପିତା ମାହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅନ୍‌ଲାଇନ୍‌ରେ ପାଳିତ ହୋଇଛି। ଓଡିଏମ୍ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସତ୍ୟବ୍ରତ ମୀନକେତନ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍କୁଲ ଅଧ୍ୟକ୍ଷ ଡ. ମୀନକେତନ ଛାତ୍ରଛାତ୍ରୀଙ୍କୁ ଗାନ୍ଧୀଙ୍କ ନୀତି, ଆଦର୍ଶ, ଦୂରଦୃଷ୍ଟି ଓ ଅହିଂସା ମାର୍ଗକୁ ଅନୁସରଣ କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ।

କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ‘ରନ୍‌ନ୍ଦେଭୂ ଓଡିଏମ୍ ଅନ୍‌ଲାଇନ୍ ଫେଷ୍ଟ-୨୦୨୦’ର ଉଦ୍‌ଘାଟନ ହୋଇଥିଲା। ଏଥିରେ ଅନ୍ତର୍ଜାତୀୟସ୍ତରର ବିଭିନ୍ନ ବିଦ୍ୟାଳୟରୁ ୩୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗୀ ୧୦ଟି ବିଭାଗରେ ଭାଗନେଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ। ବିଦ୍ୟାଳୟର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ସିଓଓ ସ୍ୱୟନ ସତ୍ୟେନ୍ଦୁ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିଦ୍ୟାଳୟର ବରିଷ୍ଠ ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ ସ୍ୱାଗତ ଭାଷଣ, ଉପାଧ୍ୟକ୍ଷା ଝିନୁକ୍ ଦତ୍ତାରାୟ ପ୍ରତିଯୋଗିତାର ବିବରଣୀ ପ୍ରଦାନ, ଶିକ୍ଷୟିତ୍ରୀ ବିଶ୍ୱବିନିତା ସାମଲ ମଞ୍ଚ ପରିଚାଳନା କରିଥିଲେ। ଅଭିଜ୍ଞ ବିଚାରକମଣ୍ଡଳୀ ଦ୍ୱାରା କୃତୀ ଛାତ୍ରଛାତ୍ରୀଙ୍କ ମାନ ନିର୍ଦ୍ଧାରଣ କରାଯାଇ ପୁରସ୍କୃତ କରାଯିବ। ୩ ଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଅନ୍‌ଲାଇନ୍ ମାଧ୍ୟମରେ ଯୋଗଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe