ଆରମ୍ଭ ହେଲା ‘ରଙ୍ଗସଙ୍ଗମ-୨୦୨୨’: ପରିବେଷିତ ହେଲା ନାଟକ ‘ଯୋଦ୍ଧା’

Advertisment
ଆରମ୍ଭ ହେଲା ‘ରଙ୍ଗସଙ୍ଗମ-୨୦୨୨’: ପରିବେଷିତ ହେଲା ନାଟକ ‘ଯୋଦ୍ଧା’

ଭୁବନେଶ୍ବର: ଓଡ଼ିଶା ସଂଗୀତ ନାଟକ ଏକାଡେମି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ଉତ୍ସବ ‘ରଙ୍ଗସଙ୍ଗମ-୨୦୨୨’ ଆଜି ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ସଂଧ୍ୟାରେ ରଙ୍ଗଭୂମି ଅନୁଷ୍ଠାନର କଳାକାରମାନେ ପରିବେଷଣ କରିଥିଲେ ନାଟକ ‘ଯୋଦ୍ଧା’।

ରବୀନ୍ଦ୍ର ନାଥ ଦାସଙ୍କ ରଚିତ ଏହି ନାଟକରେ ପ୍ରଶାନ୍ତ କୁମାର ମହାପାତ୍ର ନିର୍ଦ୍ଦେଶନା ଦେଇଛନ୍ତି। ନାଟକରେ ମିଥୁନ ମଳୟ ପ୍ରଧାନ, ରଞ୍ଜନ କୁମାର ଗୋଚ୍ଛାୟତ, ସୌଭାଗ୍ୟ ରଂଜନ ତ୍ରିପାଠୀ, ଶିବଶଙ୍କର ତ୍ରିପାଠୀ, ମନୋଜ କୁମାର ପରିଡ଼ା, ତାନିସ୍କ ମହାନ୍ତି, ସିଦ୍ଧାନ୍ତ ପରିଜା, ସୁବାସ ଚନ୍ଦ୍ର ବେହେରା, ସରୋଜ କୁମାର ମିଶ୍ର, ଅବିନାଶ ପତି, ଭାସ୍ବତୀ ବସୁ, ଶାନ୍ତି ପରିଡ଼ା ଓ ମିନତୀ ସ୍ବାଇଁ ଅଭିନୟ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଭାପତି ଅରୁଣା ମହାନ୍ତି, ଉପସଭାପତି ମନ୍ମଥ କୁମାର ଶତପଥୀ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏକାଡେମିର ସଚିବ ପ୍ରବୋଧ ରଥ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe