ବରିଷ୍ଠ ସାମ୍ବାଦିକ ଦିବଗଂତ ରଣଜିତ ଗୁରୁଙ୍କ ବିୟୋଗରେ ‘ସମ୍ବାଦ ଭବନ’ରେ ଶୋକସଭା

ବରିଷ୍ଠ ସାମ୍ବାଦିକ ଦିବଗଂତ ରଣଜିତ ଗୁରୁଙ୍କ ବିୟୋଗରେ ‘ସମ୍ବାଦ ଭବନ’ରେ ଶୋକସଭା

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ’ର ସଂପାଦକୀୟ ପୃଷ୍ଠାର ସମ୍ପାଦକ ରଣଜିତ୍‌ ଗୁରୁଙ୍କର ଶନିବାର ମଧ୍ୟ ରାତ୍ରରେ ଦେହାନ୍ତ ଘଟିବା ପରେ ସୋମବାର ‘ସମ୍ବାଦ ଭବନ’ ପରିସରରେ ତାଙ୍କୁ ସହକର୍ମୀମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ଆଜି ‘ସମ୍ବାଦ ଭବନ’ ପରିସରରେ ଆୟୋଜିତ ଏହି ଶୋକସଭାରେ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ‘ସେ ଥିଲେ ଅଜାତଶତ୍ରୁ। ବିନା ଶତ୍ରୁରେ ସାମ୍ବାଦିକତା କ୍ଷେତ୍ରରେ ତିଷ୍ଠି ରହି ଉଦାହରଣ ପାଲଟିବାରେ ସେ ସମର୍ଥ ହୋଇଥିଲେ। କେବଳ ତାଙ୍କ ନିଷ୍ଠା ଓ ପରିଶ୍ରମ ଲାଗି ସଂପାଦକୀୟ ପୃଷ୍ଠା ଏତେ ସୁନ୍ଦର ଭାବେ ଲୋକାଦୃତି ପାଇ ପାରିଥିଲା। ସେ ଥିଲେ ବୋଲି କୌଣସି ଭୁଲ୍‌ ହେବାର ଭୟ ମନରେ ରହୁନଥିଲା। ଯୁବ ପିଢ଼ିର ସାମ୍ବାଦିକମାନେ ତାଙ୍କ ଅପୂରଣୀୟ ସ୍ଥାନକୁ ପୂରଣ କରିବାକୁ ସଂକଳ୍ପ ନିଅନ୍ତୁ। ଶୋକସଭା ପାଳନ କରିବା ପରିବର୍ତ୍ତେ ଏହି ପୁଣ୍ୟତିଥିରେ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗକୁ ବଢ଼ିବାର ସଂକଳ୍ପ ନେଲେ ହିଁ ତାଙ୍କ ପାଇଁ ବାସ୍ତବ ଶ୍ରଦ୍ଧାଞ୍ଜଳି ହେବ।’

publive-image

ଏହି ସଭାରେ ‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୟର ପଟ୍ଟନାୟକ, କାର୍ଯ୍ୟନିର୍ବୀହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଶ୍ରୀ ଗୁରୁଙ୍କ ସ୍ମୃତିଚାରଣ କରିଥିଲେ। ସମ୍ପାଦକ(ଫିଚର୍‌) ଡକ୍ଟର ଗୌରହରି ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୋକସଭାରେ ‘ସମ୍ବାଦ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କମଳାକାନ୍ତ ମହାପାତ୍ର, ମାନବ ସମ୍ବଳ ବିଭାଗର ଉପ ମହାପ୍ରବନ୍ଧକ ବୈଜୟନ୍ତୀ କର, ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି, ‘ଆମ ଓଡ଼ିଶା’ର ରାଜ୍ୟ ସମ୍ପାଦକ ସ୍ୱରାଜ ମିଶ୍ର, ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ ଓ ‘ସମ୍ବାଦ’ ଏବଂ କନକ ନ୍ୟୁଜ୍‌ର ବରିଷ୍ଠ କର୍ମଚାରୀକର୍ତ୍ତାମାନେ ଉପସ୍ଥିତ ରହି ସ୍ୱର୍ଗତଃ ଗୁରୁଙ୍କୁ ସ୍ମୃତିଚାରଣ କରିବା ସହ ନିଜ ନିଜର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଶୋକସଭାରେ ‘ସମ୍ବାଦ’, ‘କନକ ନ୍ୟୁଜ୍‌’ ଓ ‘ରେଡିଓ ଚକୋଲେଟ୍‌’ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe