ଭୁବନେଶ୍ବର: ଆଇଆରଏସ୍ ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ। ଭୁବନେଶ୍ବର ସହିଦନଗର ଥାନା ଅଞ୍ଚଳରେ ଘଟିଛି ଛାତି ଥରାଇ ଦେଲା ଭଳି ଘଟଣା। ସତସଙ୍ଗ ବିହାର ସ୍ଥିତ ସରକାରୀ କ୍ବାଟର୍ସ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ରେକର୍ଡଂ କରିଛନ୍ତି ଜଣେ ଆଇଆରଏଏସ ଅଫିସର।
ଆଇଆରଏସ ଅଫିସର ଫେରାର
ଏନେଇ ଥାନାରେ ଅଭିଯୋଗ ପରେ ରାଜଧାନୀରେ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଯୁବତୀଙ୍କ ବୟାନ ରେକର୍ଡ କରିଛି । ଆଇଆରଏସ ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଦଫା ଲଗାଇ ଛାନଭିନ୍ ଆରମ୍ଭ କରିଛି ପୁଲିସ। ପୀଡ଼ିତାଙ୍କ ଡାକ୍ତରୀ ମାଇନା ହୋଇଛି। ଏଣେ ସୂତ୍ରରୁ ଜଣାଯାଇଛି ଯେ ଆଇଆରଏସ ଅଫିସରଜଣକ ଫେରାର ଅଛନ୍ତି। ତାଙ୍କୁ ପୁଲିସ୍ ଖୋଜୁଛି।
Elephant Attack 2 Death ହାତୀ ଆକ୍ରମଣରେ ଗୋଟିଏ ଗାଁର ୨ ଜଣଙ୍କ ଜୀବନ ଗଲା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/HjFMxoh0L7zlgRKO9kcY.jpg)